ନୂଆଦିଲ୍ଲୀ/ଭୁବନେଶ୍ୱର- କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାରଉଦେ୍ଧଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିରମହିଳାମାନଙ୍କୁ ସେମାନଙ୍କ ସମୁଦାୟ ପାଇଁ ଗ୍ରାମ୍ୟସ୍ତରରେ ଡିଜିଟାଲ ନେତୃତ୍ୱ ନେବା ଲାଗି ସକ୍ଷମ କରିବା ଉଦେ୍ଧଶ୍ୟରେ ପ୍ରୋତ୍ସାହନ, ପ୍ରେରଣା ଓ ମାର୍ଗଦଶନ ଯୋଗାଇଦେବା ।
ଗତ ମାର୍ଚ୍ଚ ମାସରେ ଏହି ‘ଗୋଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଛୁଆ ଜନଜାତି ବର୍ଗର ଯୁବତୀମାନଙ୍କୁ ବରିÂ ବିଶେଷଜ୍ଞଙ୍କ ଦ୍ୱାରା ଫ୍ୟାସନ, କଳା କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇଥାଏ, ଯାହାଦ୍ୱାରା ସେମାନେ ଡିଜିଟାଲ ଏବଂ ଜୀବନ କୌଶଳ ଶିକ୍ଷାଲାଭ କରିପାରିବେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଜନଜାତି ମନ୍ତ୍ରଣାଳୟ ଓ ଫେସବୁକ ମିଳିତ ଭାବେ ଦେଶର ଜନଜାତି ଅଧ୍ୟୁଷିତ ଜିଲ୍ଲାର ୫୦୦ ଯୁବତୀଙ୍କୁ ଡିଜିଟାଲ ପ୍ରଶିକ୍ଷଣ ପ୍ରଦାନ କରିବେ ।
ଆଜି ନୂଆଦିଲ୍ଲୀଠାରେ କାର୍ଯ୍ୟକ୍ରମର ସମ୍ପ୍ରସାରିତ ପର୍ଯ୍ୟାୟର ଶୁଭାରମ୍ଭ ଅବସରରେ ଶ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, “ଏହି ଭାଗିଦାରୀ ମାଧ୍ୟମରେ ‘ଗୋଲ’ କାର୍ଯ୍ୟକ୍ରମ ଅର୍ଥନୈତିକ ଓ ସାମାଜିକ ଭାବେ ଅନଗ୍ରସର ଜନଜାତି ଯୁବତୀଙ୍କୁ ସଫଳ ହେବା ପାଇଁ ବୈଷୟିକ କ୍ଷେତ୍ରରେ ଆବଶ୍ୟକ ପ୍ରଶିକ୍ଷଣ ଓ ଦକ୍ଷତା ତାଲିମ ପ୍ରଦାନ କରିବ । ଶ୍ରୀ ମୁଣ୍ଡାଙ୍କ ସହ ନୀତି ଆୟୋଗର ମହିଳା ଉଦ୍ୟମିତା ମଂଚର ଅଧ୍ୟକ୍ଷା ଏବଂ ତଥ୍ୟ ପରିଚାଳନା ଓ ବିଶ୍ଳେଷଣ ବିଭାଗର ଉପଦେଷ୍ଟା ଶ୍ରୀମତୀ ଆନ୍ନା ରୟ, ଭାରତରେ ଫେସବୁକର ଉପ ସଭାପତି ତଥା ପରିଚାଳନା ନିଦେ୍ର୍ଧଶକ ଓ ସାଧାରଣ ନୀତି ନିଦେ୍ର୍ଧଶକ ଶ୍ରୀ ଆଁଖୀ ଦାସଙ୍କ ସମେତ ନେତୃତ୍ୱ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ସପ୍ତାହବ୍ୟାପୀ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ଏଥିରେ ଡିଜିଟାଲ ସାକ୍ଷରତା, ଉଦ୍ୟମିତା ଓ ଅନଲାଇନ ସୁରକ୍ଷା ବାବଦରେ ତାଲିମ ଦିଆଯିବ । ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ଆଦି ଆପ୍ ମାଧ୍ୟମରେ ସର୍ବମୋଟ ୨୦୦,୦୦୦ ଘଂଟାରୁ ଅଧିକ ସମୟ ପ୍ରଶିକ୍ଷଣ ଦିଆଯିବ । କାର୍ଯ୍ୟକ୍ରମ ଶେଷ ହେବା ପରେ ଅଂଶଗ୍ରହଣକାରୀମାନେ ‘ଗୋଲ’ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିବା ସହିତ ଜନଜାତି ମନ୍ତ୍ରଣାଳୟ ଓ ଫେସବୁକଠାରୁ ନିୟମିତ ଭାବେ ସହାୟତା ପାଇବେ । ଏହି ପ୍ରଶିକ୍ଷଣ ଶେଷ କରିଥିବା ଜନଜାତି ମହିଳାଙ୍କୁ ସେମାନଙ୍କ ନୂତନ ଦକ୍ଷତା ଉପଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ମିଶି ଜନଜାତି ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଫେଲୋସିପ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ୧୨୫ରୁ ଅଧିକ ଯୁବତୀ ପଞ୍ଜିକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଇଂଟରନେଟ ମାଧ୍ୟମରେ ଏବେ ସେମାନଙ୍କ ସମୁଦାୟ ସମ୍ମୁଖୀନ ହେଉଥିବା ସମସ୍ୟା ଉପସ୍ଥାପନ କରିପାରୁଛନ୍ତି । ନିଜର ବ୍ୟବସାୟ ପ୍ରତିÂା କରିବା ନେଇ ସେମାନଙ୍କର ଇଚ୍ଛା ରହିଛି ।
Related Stories
November 24, 2024
November 24, 2024