-
ମୁଖ୍ୟ ପ୍ରଶାସକ ଭେଟି କଲେ ଆରୋଗ୍ୟ କାମନା,
ଶ୍ରୀମନ୍ଦିର ପଶ୍ଚିମ ଦିଗରେ ଥିବା ବେଢା ନୃସିଂହ ମନ୍ଦିର ପରିସରରେ ବିଶାଳ କାୟ ନୃସିଂହ ମନ୍ଦିର ଏବଂ ପ୍ରଭୁ ନୃସିଂହ ମୃତ୍ତି ଧାରଣ କରିଥିବା ହୃଦୟ ବିଦାରଣ ମୂର୍ତ୍ତିଟି ଅଚାନକ ନୃସିଂହ ମହାପ୍ରଭୁ ଙ୍କ ହାତରୁ ଖସିପଡି ଥିଲା |ଏହି ସମୟରେ ତଳେ ଉପସ୍ଥିତ ସେବକ କୁନୁ ଓରଫ ଜ଼ମ୍ବେଶ୍ୱର ମହାପାତ୍ର ନାମକ ବ୍ୟକ୍ତି ଆଘାତ ପ୍ରାପ୍ତ ହୋଇଛନ୍ତି |ଏହି ଆଘାତରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି |ତତକ୍ଷଣାତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯିବାପରେ ସଂକଟାପର୍ଣ୍ଣ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ ପାଇଁ ଉପଦେଶ ଦେଇଥିଲେ |ହେଲେ ସେବାୟତ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ସେ ନିଜ ବାସଭବନ କୁ ଫେରି ଆସିଥିଲେ |ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଶନ କୁମାର ସେବାୟତଙ୍କ ବାସଭବନ ରେ ତାଙ୍କୁ ଭେଟି ଆରୋଗ୍ୟ କାମନା କରିବା ସହିତ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ କରିବ ବୋଲି କହିଥିଲେ |ଘଟଣା ଟି ଘଟିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଖସିପଡ଼ିଥିବା ମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି |