
ଜଗନ୍ନାଥ ପ୍ରସାଦ -:ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ । କିନ୍ତୁ କିଛି ଜାଗାରେ ଦେବତାରୁ ପିଶାଚ ସାଜିଯାଏ ସ୍ୱାମୀ । ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରେ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ତୁଳସୀ ପଲ୍ଲୀ ଗାଁରେ । ଦୁଖା ପ୍ରଧାନ ନିଜ ସ୍ତ୍ରୀ ହତ୍ୟା କରିଥିବା ଝିଅ ର ବାପା ବିଦ୍ୟାଧର ପ୍ରଦାନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି I ପାଞ୍ଚ ବର୍ଷ ତଳେ ଥୋଲଣ୍ଡା ଗ୍ରାମର ବିଦ୍ୟାଧର ପ୍ରଧାନ ଙ୍କ ବଡ଼ ଝିଅ ଝିଲ୍ଲୀ ପ୍ରଧାନ ବାହା ହୋଇଥିଲା ଦୁଖା । ବର୍ତମାନ ୩ ବର୍ଷ ପୁଅ ଅଛି । ଆଜି ସକାଳେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଲା। ପିଶାଚ ସ୍ୱାମୀ ହିତାହିତ ଜ୍ଞାନ ଭୁଳି ନିଜ ସ୍ତ୍ରୀକୁ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା କରିଥିବା ଝିଅ ର ବାପା ଥାନା ରେ ଅଭିଯୋଗ ଆଣିଛନ୍ତି । ତାରସିଂ ଥାନା ଏସ ଆଇ ବସନ୍ତ କୁମାର ମିଶ୍ର ନିଜେ ଘଟଣାସ୍ଥଳରେ ପହଚିଂ ଛାନଭିନ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଉଥିବା ଅନୁମାନ କରାଯାଉଥିବା କୁହାଯାଇଛି ।ଶବ କୁ ପୋଷ୍ଟ ମୋଟମ ନିମନ୍ତେ ବ୍ରହ୍ମପୁର ବଡ ମେଡ଼ିକାଲ କୁ ପଠା ଯାଇଛି ହତ୍ୟାକାରୀ ସ୍ୱାମୀକୁ ଗିରଫ କଳା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO