
ଭୁବନେଶ୍ୱର, ପିପିଲି ଉପନିର୍ବାଚନ ପାଇଁ ମୋଟ୧୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାସନ ହେଲେ ଆଶ୍ରିତ ପଟ୍ଟନାୟକ, ସମ୍ବିତ୍ ପଟ୍ଟନାୟକ,ସନ୍ତୋଷ କୁମାର ମହାପାତ୍ର, ଅଶୋକ ପ୍ରଧାନ, ସନ୍ତୋଷ କୁମାର ଦାସ, ରୁଦ୍ର ପ୍ରତାପ ମହାରଥୀ ,ମହମ୍ମଦ ଇମାମ୍ ଉଦ୍ଦିନ୍, ଜୟ ପ୍ରକାଶସେଠୀ, ଅଜିତ୍ ମଙ୍ଗରାଜ, ଦୀପକ କୁମାର ଦାସ, ନଗେନ୍ଦ୍ର ନାଥ ମିଶ୍ର, ସ୍ୱପ୍ନେଶ୍ୱର ନାୟକ, ସୁଲୋଚନା ସାହୁ, ପ୍ରିୟ ରଞ୍ଜନ ମିଶ୍ର ଓ ପିଙ୍କଲିନ୍ ମହାନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ସୂଚନା ଅନୁଯାୟୀ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଅର୍ଥାତ୍ ମାର୍ଚ୍ଚ ୩୦ ତାରିଖରେ ସର୍ବାଧିକ ୧୨ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପୂର୍ବରୁ ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲକରିଥିଲେ । ଆଜି (ବୁଧବାର) ପ୍ରାର୍ଥୀ ପତ୍ର ଗୁଡିକର ଯାଂଚ୍ କରାଯିବ ଓ ଆସନ୍ତା ଏପ୍ରିଲ୍ ୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ କରାଯିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO