ଭୁବନେଶ୍ୱର, ମହାନଦୀ କୋଲଫିଲ୍ଡ ଲିମିଟେଡ କମ୍ପାନୀ ଆରଆର ପଲିସି ଅନୁସାରେ ସ୍ଥାନୀୟ ଲୋକ ମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରୁ ନାହିଁ । ଅନ୍ୟ ପକ୍ଷରେ କମ୍ପାନୀର ଏ ପ୍ରକାର ବ୍ୟବହାର ବିରୋଧରେ ସ୍ୱର ଉତୋଳନ କରୁଥିବା ଲୋକ ମାନଙ୍କୁ ପ୍ରଶାସନ ଜେଲରେ ପୂରାଇ ଦେଉଛି । ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ ଏହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲେ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳର ବିଧାୟକ କିଶୋର ମହାନ୍ତି କହିଥିଲେ ଯେ ଲୋକ ମାନଙ୍କ ଠାରୁ ଜମି ନେଇଥିବା ଏମସିଏଲ କମ୍ପାନୀ ଲୋକ ମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରୁ ନାହିଁ । ପ୍ରଶାସନ ପକ୍ଷରୁ ଆରପିଡିସିଏ ବୈଠକ ମଧ୍ୟ ବସୁ ନାହିଁ । ଯଦି ଏହି ବୈଠକ ନିୟମିତ ବ୍ୟବଧାନରେ ବସନ୍ତା ତେବେ ସ୍ଥାନୀୟ ଲୋକ ମାନଙ୍କର ସମସ୍ୟାର ସମାଧାନ ହୋଇ ପାରନ୍ତା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଶ୍ରୀ ମହାନ୍ତିଙ୍କ କଥାକୁ ସମର୍ଥନ କରିଥିଲେ । ସେହିପରି ବିଜେଡି ବିଧାୟକ ରୋହିତ ପୁଜାରୀ ମଧ୍ୟ ଏମସିଏଲ କମ୍ପାନୀ ଲୋକ ମାନଙ୍କୁ ସହାୟତା କରୁ ନ ଥିବା ପ୍ରକାଶ କରିଥିଲେ ।
Related Stories
May 5, 2024