
କଣାସ, ପୁରୀ ଜିଲ୍ଲାର ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକରେ ବର୍ଷ ସାରା ପାନୀୟ ଜଳ ସମସ୍ୟା ଲାଗିରହୁଥିବା ବେଳେ ଖରାଦିନେ ଏହା ଉତ୍କଟ ରୂପ ନେଉଛି । ଯାହାକି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପାନୀୟଜଳ ଓ ନିତ୍ୟ ବ୍ୟବହାର ଜଳ ସମସ୍ୟାକୁ ନେଇ ୧୫ ଦିନ ହେଲା କଣାସର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତି ଲାଗିରହିଛି । ଗତକାଲି କଣାସ, ନୂଆଦୋକନ୍ଦା, ସିରେଇ ଓ ଦୁପୁର ଗ୍ରାମରୁ ୮ରୁ ଉର୍ଦ୍ଧ୍ୱ ଝାଡ଼ାବାନ୍ତି ରୋଗୀ ଚିକିତ୍ସା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ଅନେକ ଝାଡାବାନ୍ତି ରୋଗୀ ମନ୍ଦାରବସ୍ତ, ବୀରକେଶରପୁର, ସାହୁପଡା, ଗଡିଶାଗୋଦା, ନନ୍ଦିଗୋଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରରେ ଚିକିତ୍ସା ହୋଇ ଘରକୁ ଫେରିଥିବା ଜଣାପଡିଛି । କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ସୌଭାଗ୍ୟ ଜେନାଙ୍କୁ ଏ ବାବଦରେ ପଚାରିବାରୁ ସେ କହିଛନ୍ତି ଯେ, ଅନେକ ସ୍ଥାନରେ ଖରାଦିନେ ନିତ୍ୟ ବ୍ୟବହାର ପାଇଁ ବିଶୁଦ୍ଧ ଜଳ ମିଳୁନଥିବା ଏବଂ ପାନୀୟ ଜଳ ସମସ୍ୟା ଯୋଗୁଁ ଦୀର୍ଘ ୧୫ ଦିନ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ୮ରୁ ୧୦ ଜଣ ଝାଡା ବାନ୍ତି ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପ୍ରତ୍ୟେକ ଗ୍ରାମରେ ଥିବା ପୋଖରୀ, ନାଳଜଳ ପ୍ରଦୂଷିତ ହୋଇଯାଇଥିବାରୁ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ବହୁରୋଗୀ ଦୈନଦିନ ଚିକିତ୍ସା ପାଇଁ ଆସୁଥିବା ଡାକ୍ତର ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO