
ଢ଼େଙ୍କାନାଳ, ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ କାଲୁରିଆ ବ୍ରାହ୍ମଣୀ ନଦୀ ଘାଟରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ପଡିବା ଫଳରେ ୩ ଜଣ ଗୁରୁତର ହୋଇଥିଲେ । ଆହତ ମାନଙ୍କୁ ଉଦ୍ଧାର ପରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଗୁରୁତର ଜଣକ ଚିକିତ୍ସାଧିନ ରହିଛନ୍ତି । ମୃତାହତ ମାନଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।