
କେନ୍ଦ୍ରାପଡା– କେନ୍ଦ୍ରାପଡା ଜିଲ୍ଲା ପୋଇପାଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଦୃଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ପୋଇପାଟ ଗାଁର ଗଣେଶ ମଳିକଙ୍କ ପୁଅ ଅଭୟ ମଳିକ । ଗତକାଲି ବିଳମ୍ବିତ ରିତିରେ ବିଲରେ ମାଟି ବୁହାସାରି ଗାଁକୁ ଫେରିବା ସମୟରେ ପୋଇପାଟ ଗାଁ ନିକଟରେ ଏକ ପୋଲରେ ପିଟିହୋଇ ଭାରସାମ୍ୟ ହରାଇ ପୋଲ ତଳରେ ପାଣି ମଧ୍ୟକୁ ଓଲଟି ପଡିଥିଲା ଟ୍ରାକ୍ଟର । ଘଟଣା ସ୍ଥଳରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ଆଜି ସକାଳେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଶ୍ରମିକଙ୍କୁ ଟ୍ରାକ୍ଟର ତଳୁ ଉଦ୍ଧାର କରିଛି । ଓ ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଧିନ ରେ ଥିବା ପୋଲିସ୍ ପ୍ରଶାସନ ପହଞ୍ଚି ତଦନ୍ତ କରିଛନ୍ତି । ଶବଟି ଜବତ କରି ପୋଷ୍ଟମର୍ଟମ ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇଛି । ପରେ ଶବକୁ ପରିବାର କୁ ହସ୍ତାନ୍ତର କରାଯିବ । ଏହି ଦୁଃଖଦ ଘଟଣାରେ ପୋଇପାଟ ଗାଁରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ଚଉଦକୁଲାଟ ଫାଣ୍ଡି ପୋଲିସ୍ ଟ୍ରାକ୍ଟର କୁ ଜବତ କରି ନିଜ ଅଧିନକୁ ନେଇଛି । ଭୁମିହୀନ ଗରିବ ଦଳିତ ପରିବାର ଯୁବକ ହୋଇଥିବା ହେତୁ ଗ୍ରାମ ଲୋକମାନେ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବୀ କରିଛନ୍ତି ।