ଭଦ୍ରକ, ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ପଂଚାୟତ ଅନ୍ତର୍ଗତ ତେନ୍ତୁଳଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ପାଂଚ ବଖରା ଘର ପୋଡିଯାଇଛି । ଗ୍ରାମର ଚୈତନ ସାହୁଙ୍କର ତିନିବଖରା ଓ କାଳନ୍ଦୀ ସାହୁଙ୍କର ଦୁଇବଖରା ଘର ପୋଡି ଯାଇଥିବାରୁ ଧାନଚାଉଳ ଓ ସମସ୍ତ ଆସବାବପତ୍ର ଜଳିଯାଇ ସଂପୃକ୍ତ ପରିବାର ସର୍ବସ୍ୱାନ୍ତ ହୋଇଛି । ଭଣ୍ଡାରିପୋଖରୀରୁ ଦମକଳ ପହଂଚି ଅଗ୍ନିକୁ ଆୟତ କରିଥିଲା । ଉଭୟ ବିପନ୍ନ ଶ୍ରମଜୀବି ପରିବାର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସମାଜସେବୀ ବିନୋଦ ବିହାରୀ ରାଉତ, ପଦ୍ମଲୋଚନ ଦାସ ପ୍ରମୁଖ ପ୍ରଶାସନକୁ ଅନୁରୋଧ କରିଛନ୍ତି ।