ଭଦ୍ରକ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧରେ ଅଖିଳ ଭାରତ କୃଷକ ସଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଦେଶବ୍ୟାପୀ ବନ୍ଦପାଳନ କରଯାଇଥିଲ । ଏହି ଆନେ୍ଦାଳନକୁ ସମର୍ଥନ ଜଣାଇ ଭଦ୍ରକରେ ମିଳିତ ବାମପନ୍ଥ୍ରୀ ସଂଗଠନ ଓ କଂଗ୍ରେସ ଦଳ ପକ୍ଷରୁ ସମର୍ଥନ ଜଣାଇ ଭଦ୍ରକ ସହର ବିଭିନ୍ନସ୍ଥାନରେ ପିକେଟିଙ୍ଗ କରିବା ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦକରଯାଇଥିଲା । ସହର ପ୍ରବେଶ ପଥ ବନ୍ତଛକଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁÂିତ ହୋଇ ୧୬ନଂ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ଦିବା ତିନିଘଣ୍ଟା ପର୍ଯ୍ୟନ୍ତ ଅଚଳ କରଯାଇଥିଲା । ଯାହ ଫଳରେ ହଜାର ହଜାର ଗାଡି ଉଭୟ ପାଶ୍ୱର୍ରେ ଅଟକି ରହିଥିବା ବେଳେ ମାଜିଷ୍ଟେ୍ରଟ୍ ଓ ପୋଲିସ ହସ୍ତକ୍ଷେପ ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଏହି ରାସ୍ତାରୋକରେ ଏଆଇକେଏମ, ଏଆଇକେଏସ,ଏଆଇକେଏସ, ବାମପନ୍ଥୀ ଦଳ ସିପିଆଇ, ସିପିଆଇଏମ, ସିପିଆଇ(ଏମ୍-ଏଲ୍)ଲିବରେସନ,ଏସୟୁସିଆଇ ଏବଂ ଜାତୀୟ କଂଗ୍ରେସ ଦଳ ପ୍ରମୁଖ ସଂଗଠନର କର୍ମକର୍ତାମାନେ ଆଜିର ଭାରତବନ୍ଦ ଆନେ୍ଦାଳନରେ ଯୋଗ ଦେଇଥିଲେ । ଏହି ଆନେ୍ଦଳନରେ ନେତୃତ୍ୱ ନେଇଥିଲେ ଶ୍ରମିକନେତା ଦିବ୍ୟସିଂହ ନାୟକ,ସମର ବଳ,ଶୁଭେନ୍ଦ୍ରପ୍ରତାପ ମହାନ୍ତି ,ଚନ୍ଦ୍ରଶେଖର ନାୟକ.ରାଧା ଦାସ.ଗିରିଧାରୀ ନାଥ,ଜୟନ୍ତି ବିଶ୍ୱାଳ,ରମେଶ ନାୟକ,ରାମଚନ୍ଦ୍ର ଶଙ୍ଖୁଆ ସମେତ କଂଗ୍ରେସଦଳ ପକ୍ଷରୁ ଜିଲ୍ଲାସଭାପତି ସୁବ୍ରତ ବାସ, କଂଗ୍ରେସନେତା ନଳିନୀକାନ୍ତ ମହାନ୍ତି,ପ୍ରଫୁଲ ସାମଲ, ନାରାୟଣ ପାଢୀ, ବିଦ୍ୟାଧର ଯେନା,ଆଷିଶ ରାଉତ,ସେକ୍ ଜୁଲୁଫିକର, ପୂର୍ବତନ କାଉନସିଲର ଅସରଫ ଅଲ୍ଲୀ, ରବି ରାୟ, ଶିବପ୍ରସାଦ ମହାନ୍ତି, ବିଜୟ ବାରିକ, ରିଆଜ ଖାନ୍, ବାପୁଜି ପରିଡା, ପିତବାସ ଧଳ, ନିଶିକାନ୍ତ ନାୟକ, ହେମନ୍ତ ମହାପାତ୍ର, ଟାଉନ୍ ସଭାପତି ଅବଦୁଲ ମୋକିତ ଖାନ୍ ପ୍ରମୁଖ ଏହି ଆନେ୍ଦାଳନରେ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ଆଇନ୍ ଓ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧି ବିରୋଧରେ ତ୍ରୀବ୍ ସମାଲୋଚନା କରିବା ସହିତ ଦେଶର ରାଷ୍ଟ୍ରାୟତ ସଂପତିକୁ ଆଦାନୀ ଓ ଆମ୍ବାନୀ ହାତରେ ଟେକିଦେବୁ ମୋଦି ସରକାରଙ୍କର ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିମ୍ବାଧର ବାରିକ୍, ନିରଞ୍ଜନ ପାଣି, କିଶୋର ଜେନା, ଚିତରଞ୍ଜନ ବେହେରା,ସେବତୀ ଓଝା, ନବ ବେହେରା, ସେକ୍ କାଲୁ, ସେକ୍ କମଲ, ସତାରଉଦ୍ଧିନ୍. ବିନୋଦ ସାହୁ, ଦିନବନ୍ଧୁ ଜେନା,ଅଜମଲ ହୁସେନ୍,କାଳନ୍ଦୀ ପାତ୍ର, ଫକୀର ମୋହନ ମଲ୍ଲିକ୍, ଅରୁଣ ଜେନା, ମୁକ୍ତିକାନ୍ତ ବାରିକ୍, ଉମାକାନ୍ତ ମହାପାତ୍ର, ଅରୁଣ ରାଉତ, ଜଗନ୍ନାଥ ବେହେରା, କୌଳାସ ଜେନା, ପପୁନା ପାତ୍ର,ଏସକେ ଅନୁ, ଦିଲ୍ଲୀପ ସାହୁ ,ଆସୁ ଖାନ୍, ମଂଜୁଲତା ମହାକୁଡ,ସରସ୍ୱତୀ ଯେନା, ରୁପା ପାତ୍ର,ପ୍ରମୁଖ ଆନେ୍ଦାଳନରେ ସାମିଲ ହୋଇଥିଲେ ।ଏଠାରେ ସୂଚନା ଯୋଗ୍ୟ ତିନୋଟି କୃଷିବିଲ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀରେ ଆଜି ଭଦ୍ରକରେ ବିଭିନ୍ନ ଚାଷୀସଂଗଠନ ଓ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ରାସ୍ତାରୋକ କରିବା ସହିତ କେନ୍ଦ୍ର ସରକାରଙ୍କ କୃଷିବିରୋଧୀ ଆଇନକୁ ତ୍ରୀବ୍ ସମାଲୋଚନ କରିବା ସହ ତୁରନ୍ତ ଆଇନ୍ ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ । ଏହି ଆଇନ୍ ବିରୋଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚ ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଆଜକୁ ଦୀର୍ଘ ୪ମାସରୁ ଉର୍ଦ୍ଧ ହେବ ଚାଷୀମାନେ ଆନେ୍ଦାଳନ ଜାରି ରଖିଛନ୍ତି ଏବଂ ୨ଶହରୁ ଉର୍ଦ୍ଧ କୃଷକ ସହୀଦ୍ ହେଲେଣି । କୃଷକ-କୃଷିବ୍ୟବସ୍ଥା ଧ୍ୱଂର୍ସକାରୀ, କଂଟାକ୍ ଫାମିର୍ଣ୍ଣି, ଠିକାଚାଷ, ଚୁକ୍ତ୍ିବଦ୍ଧ ଚାଷ ଆଇନ୍ ୨୦୨୦କୁ ରଦ୍ଧ କରିବା, କୃଷକ ବିରୋଧୀ କୃଷି ଆଇନ୍କୁ ପ୍ରତ୍ୟାହାର କରିବା,ଜନବିରୋଧୀ ଏବଂ କୃଷକ ବିରୋଧୀ ନୂତନ ବିଦୁ୍ୟତ୍ ସଂଶୋଧନ ବିଲ୍ ଆଇନ୍ ୨୦୨୦କୁ ରଦ୍ଧ କରିବା, ଖାଉଟି ଓ କୃଷକ ବିରୋଧୀ ଅତ୍ୟାବଶକ ସାମଗ୍ରୀ(ସଂଶୋଧନ ଆଇନ୍) ୨୦୨୦ ରଦ୍ଧ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡିବ୍ୟବସ୍ଥାକୁ ସୁଦୃଢ କରି ସମସ୍ତ କୃଷିଜାନ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପ୍ରଦାନ ପାଇଁ ସୁନିଶ୍ଚିତ କରିବା,ଚାଷୀକୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାରଟଙ୍କା ଧାର୍ଯ୍ୟ କରିବା,ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ରୋକାଯିବା ସହ ବିଦୁ୍ୟତ୍ ସଂଶୋଧନ ବିଲ୍ ୨୦୨୦କୁ ରଦ୍ଧ କରିବା ଦାବୀରେ ସଘର୍ଷ ସମନ୍ୱୟ ସମିତି ପକ୍ଷରୁ ଦାବୀ କରାଯାଇଥିଲା ।