ଭଦ୍ରକ, ଗତ ୨୨ ତାରିଖ ଦିନ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଉଦ୍ଧାର ହୋଇଥିବା ଶିଶୁ ଆଜି ‘ବାସôଲ୍ୟ’ ଶିଶୁ ଯତ୍ନ ଅନୁÂାନକୁ ହସ୍ତାନ୍ତର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଜନୈକା ମହିଳା ପ୍ରାୟ ୭/୮ ଦିନର ଏକ ନବଜାତ ଶିଶୁପୁତ୍ରକୁ ସେଠାରେ ବସିଥିବା ଜଣେ ଯୁବକଙ୍କୁ ‘ ମୋ ପିଲାକୁ ଜଗିଥାଅ, ମୁଁ ପାଖରୁ ଟିକେ ଆସୁଛି’ କହି ଆଉ ଫେରିନଥିଲେ । ତେବେ ଦୀର୍ଘ ୩ ଘଂଟା ଅପେକ୍ଷା କରି ଶିଶୁଟିର ମା’ ନଫେରିବାରୁ ଯୁବକ ଜଣକ ପୁଲିସ୍କୁ ଖବର ଦେବାପରେ ସେ ଚାଇଲ୍ଡ ଲାଇନ୍ ଜରିଆରେ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ । ଆଜି ଉକ୍ତ ଶିଶୁପୁତ୍ର ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରୁ ସୁସ୍ଥ ଅବସ୍ଥାରେ ନିର୍ବାହ ହେବା ପରେ ଜିଲା ଶିଶୁ ମଙ୍ଗଳ କମିଟିର ନିଦେ୍ର୍ଧଶ କ୍ରମେ ଆସିୟାନାର ସଂଯୋଜକ ରିଆଜ ଅହେମ୍ମଦ, କର୍ମକର୍ତା ବିକାଶ ରାଉତ, ଶିବାନୀ ପାତ୍ର, ନାଫିଷା ଖାତୁନଙ୍କ ଉପସ୍ଥିତିରେ ବାସôଲ୍ୟ ଶିଶୁ ଯତ୍ନ ଅନୁÂାନର କର୍ମକର୍ତା ଦିଗନ୍ତ ବେହେରା ଓ ପଲକ ଜ୍ୟୋତି ପରିଆଡିଙ୍କୁ ହସ୍ତାନ୍ତର କରାଯାଇଛି ।