
ଭଦ୍ରକ,ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଶାସକ ଦଳ ରାବଣରାଜ ଚଳାଇ ଆସିଛି ।ଚାନ୍ଦବାଲି ବିଧାୟକ ୩ଟି ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥାଇ ମଧ୍ୟ କିପରି ଜଣେ କର୍ତବ୍ୟରତ ବାଂଶଡା ପୁଲିସ କର୍ମଚାରୀ ଗୁରୁଚରଣ ବେହେରାଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ ସେ ନେଇ ଆଜି ଧାମରା ବିଜେପି ମଣ୍ଡଳ ପକ୍ଷରୁ ବିଧାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ବାହାରି ଧାମରା ବଜାର ଅତିକ୍ରମ କରିବା ପରେ ଧାମରା ବସଷ୍ଟାଣ୍ଡ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଚାନ୍ଦବାଲି ଥାନା ଆଇଆଇସି, ଚାନ୍ଦବାଲି ତହସିଲଦାର,ବିଡିଓ,ଏସଡିପିଓ ବିଧାୟକଙ୍କ ଇଙ୍ଗିତରେ ଯାଥାକ୍ରମେ ଭସ୍ମାସୂର, କଂସ, ଧୃତରାଷ୍ଟ୍ର ଏବଂ ଫୁଲନଦେବୀର ଦାୟିତ୍ୱ ତୁଲାଇବା ସହ ବିଧାୟକଙ୍କୁ କଳାପାହାଡ ସହ ତୁଳନା କରିଥିଲେ । ଏହି ୫ଟି ର ଚାନ୍ଦବାଲି ସଚିବ ମାନେ ସମସ୍ତ କୁକାର୍ଯ୍ୟରେ ସାମିଲ ହୋଇ ସାଧାରଣ ଜନତାଙ୍କୁ ଭୂଆଁ ବୁଲାଉଛନ୍ତି ।ଏହି ଶାସନ ଅନ୍ଧ ଧୃତରାଷ୍ଟ୍ରର ଶାସନ ବୋଲି ଉପସ୍ଥିତ ଥିବା ବ୍ୟକ୍ତି ମାନେ ବକ୍ତବ୍ୟ ରଖିଥିଲେ । ଆଜିର ଏହି ଶୋଭାଯାତ୍ରା ଏବଂ କୁଶ ପତଳିକା ଦାହ କାର୍ଯ୍ୟକ୍ରମରେ କାହ୍ନୁ ବେହେରା, ତ୍ରିଲୋଚନ ପ୍ରଧାନ, କମଳା ସୂତାର, ଦେବେନ୍ଦ୍ର ନାୟକପ୍ରମୋଦ ନାୟକ, ସୋନୁ ଲେଙ୍କା, ପ୍ରଦ୍ୱୀପ ରାଉତ, ତ୍ରିଦିବେଶ ପ୍ରଧାନ, ଅବଦୁଲ ଖାଁ, ବିଷ୍ନୁ ଦାସ, ବାଜନ ଜେନା, ଶାନ୍ତନୁ ଜେନା, ବଂଶୀଧର ଜେନା,ସବ୍ୟଶାଚୀ ନାୟକ, ରୋହିତ ଜେନା, ସୁନାକର ଜେନା, ମଳୟ ଦାସଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO