ମୋଦୀ ସରକାର ଙ୍କ ତିନିଟି କଳା କୃଷି ଆଇନି ପ୍ରତ୍ୟାହାର ପାଇଁ ଆଜି 120ଦିନ ଧରି ଦିଲ୍ଲୀ ରେ ଚାଷୀ ମାନେ ଧାରଣା ରେ ବସିଛନ୍ତି ଓ 274ଚାଷୀ ବଳିଦାନ ଦେଲେଣି |ତଥାପି ମୋଦୀ ଘରୋଇ ମଣ୍ଡି ଓ ଠିକା ଚାଷ ଆଇନି ବାତିଲ କଲେ ନାହିଁ |ଅଦାନୀ ଓ ଅମ୍ବାନୀ ଭଳି ବଡ଼ ବଡ଼ କମ୍ପାନୀ ମାନଙ୍କ ପାଇଁ ଚାଷ ଟେକି ଦେଲେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନି ସଂଶୋଧନ କରି ଜିନିଷ ପତ୍ର ର ଦର ନିର୍ଧାରଣ କ୍ଷମତା ବ୍ୟବସାୟୀ ଙ୍କ ହାତ ରେ ଟେକି ଦେଲେ ଖାଉଟି ହନ୍ତସନ୍ତ ହେବେ | ଲୋକଙ୍କୁ ହାତରେ କାମ ନଥାଇ କୋଭିଡ ରେ 45କୋଟି ବେରୋଜଗାର ହେଲେ | ସେପଟେ
ମୋଦୀ ସରକାର ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧି ହୋଇଛି | 2014ରେ ମୋଦୀ କ୍ଷମତା କୁ ଆସିଲା ପୂର୍ବରୁ ଆନ୍ତର୍ଜାତୀୟ ବଜାର ରେ ବ୍ୟାରେଲ ପିଛା 110 ଡଲାର ଥିଲା ବେଳେ ଆମ ଦେଶ ରେ ପେଟ୍ରୋଲ 61ଟଙ୍କା ଥିଲା |ଆଜିକା ଦିନ ରେ ବ୍ୟାରେଲ ପିଛା 60ଡଲାର ଅଛି କିନ୍ତୁ ପେଟ୍ରୋଲ 91ଡିଜେଲ 86ଟଙ୍କା |କେନ୍ଦ୍ର ସରକାର ତୈଳ ଉପରେ ଉତ୍ପାଦ ଶୁଳ୍କ ଲିଟର କୁ 31ଟଙ୍କା ନେବା ଓ ରାଜ୍ୟ ସରକାର ଭାଟ 27ଟଙ୍କା ନେବା ଯୋଗୁଁ ତୈଳ ଦର ବଢୁଛି|
ଆମ ଦେଶ ରେ ଏକ ଦେଶ ଏକ ଟିକସ ଲାଗୁ ହୋଇଛି ଅଥଚ ତୈଳ ରେ ମୋଦୀ ସରକାର GST ଲାଗୁ କଲେନି|ଅନ୍ତର୍ଜାତିକ ବଜାର ରେ ତେଲ ଦର କୁ ଭିତ୍ତି କରି ସେଥିରେ 28%ଯଦି GST ଲାଗୁ ହୁଏ ତେବେ ଆମ ଦେଶ ରେ 42ଟଙ୍କା ରେ ପେଟ୍ରୋଲ ଡିଜେଲ ମିଳିବ. ଗ୍ୟାସ ଦର 400ଟଙ୍କା ରୁ ଆଜି 820ଟଙ୍କା କରି ମୋଦୀ ଲୋକଙ୍କ ପକେଟ କାଟୁଛନ୍ତି| ତେଲ ଦର ବଢିବା ରୁ ଜିନିଷ ପତ୍ର ର ଦର ହୁ ହୁ ହୋଇ ବଢୁଛି| ଲୋକେ ହନ୍ତସନ୍ତ ହୋଇଛନ୍ତି| ଶ୍ରମ ଆଇନି ବଦଳେଇ 4ଟି କୋଡ଼ କଲେ ଶ୍ରମିକ ନିଜ ଅଧିକାର ହରେଇବେ| ରେଳ, ବନ୍ଦର, ବ୍ୟାଙ୍କ ବୀମା ଖଣି ପାଣି ସବୁ ମୁଷ୍ଟିମେୟ ଲୋକଙ୍କ ହାତକୁ ଚାଲିଯିବ ଏହା କୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ରେ ପୁରୀ ରେ ଶ୍ରମିକ କୃଷକ ମାନଙ୍କ ବନ୍ଦ କୁ ସମର୍ଥନ କରି ଅଫିସ, କଚେରୀ ପାଖରେ ପିକେଟିଂ କରିଥିଲେ | ବନ୍ଦ ଯୋଗୁଁ ବିଚାରପତି ମାନେ ଫେରିଥିଲେ ଓ ଅଫିସ ସବୁ ବନ୍ଦ ଥିଲା, ବ୍ୟାଙ୍କ ବୀମା ବନ୍ଦ ଥିଲା ଏଥି ରେ ବାମପନ୍ଥୀ ଦଳ ର ନେତୃତ୍ୱ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ପ୍ରଦୀପ୍ତ ମହାନ୍ତି,ମୋହନ ନାଇଡ଼ୁ, ପ୍ରତାପ ଚିନ୍ନାରା, ଜିତେନ୍ଦ୍ରିୟ ବେହେରା ,ମନୋରଞ୍ଜନ ମହାରଣା, ଟୁନା ନାୟକ, ବିଭୁତି ରାଉତରାୟ,ଜ୍ୟୋତି ପ୍ରକାଶ ନାୟକ,ନବୀନ ମହାରଣା, ପବିତ୍ର ଓଝା,ଗୋବିନ୍ଦ ନାୟକ,ବାଳ କୃଷ୍ଣ ବେହେରା, ଅମରେନ୍ଦ୍ର ନନ୍ଦ, ପୂର୍ଣ୍ଣ ମୁଦୁଲି, ମୁନା ବାରିକ,ସୁଶାନ୍ତ ମହାରଣା, ଜମ୍ବେଶ୍ୱର ଓଝା ପ୍ରମୁଖ ବନ୍ଦ ରେ ସାମିଲ ଥିଲେ |