
ରେଙ୍ଗାଲି. ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ତଥା ସ୍ବର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ସମ୍ବଲପୁର ବିଜୁ ଯୁବ ଜନତା ଦଳ ଓ ରେଙ୍ଗାଲି ବିଜୁ ଯୁବ ଜନତା ଦଳର ଯୁଗ୍ମ ପ୍ରୟାସରେ ରେଙ୍ଗାଲିର ବୋମାଲୋଇ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ୍ ଗ୍ରାମଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସର୍ବମୋଟ ୧୦୬ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ରେଙ୍ଗାଲି ବ୍ଲକ ସଭାପତି ଦୟାନିଧି ଭଇଁସା ତଥା କାର୍ଯ୍ୟକ୍ରମ ସଂଯୋଜକ ବୋମାଲୋଇ ପଞ୍ଚାୟତ ଆଇ.ଟି. ସଂଯୋଜକ ସଂଜୟ ଓରାମଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମ୍ବଲପୁର ଜିଲ୍ଲା ବିଜୁ କୃଷକ ସେଲ ସଭାପତି ଆନନ୍ଦ ଜେନା ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି, ପୂର୍ବତନ ଯୁବ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ଯୁବନେତା ମହେନ୍ଦ୍ର ଓରାମ, ଯୁବ ନେତା ମୋତିଲାଲ୍ ତନ୍ତି, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ସମ୍ବଲପୁର ଜୋନ୍ ଛାତ୍ର ସଭାପତି ମିଲନ ହୋତା, ଶ୍ରମିକ ନେତା ମହମ୍ମଦ ମୁର୍ତ୍ତୁଜା, ରେଙ୍ଗାଲି ବ୍ଲକ ଉପାଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱଲ, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ଜିଲ୍ଲା ସମ୍ପାଦକ ଏସ୍.କେ. ଆରିଫ୍, ବ୍ଲକ ସଭାପତି ଅଶୋକ ଗୁରୁ, ସରପଞ୍ଚ ଶେଷଦେବ ପ୍ରଧାନ, ରେଙ୍ଗାଲି ବ୍ଲକ ଛାତ୍ର ଉପସଭାପତି ସଂଦୀପ ଶର୍ମା, ପୂର୍ବତନ ବ୍ଲକ ସଭାପତି ପ୍ରଦୀପ ସାହୁ, ନିରୋଜ ଓରାମ, ନାରାୟଣ ଶର୍ମା, ପୂର୍ବତନ ତାଲବ ସରପଞ୍ଚ ସୁଶାନ୍ତ ଡନସେନା, ନୁନୁ ପାଣିଗ୍ରାହି ବିରେନ୍ଦ୍ର କିଷାନ୍, ଜିଲ୍ଲା ଛାତ୍ର ସମ୍ପାଦକ ରାଜେଶ ଚଇନି, ରେଙ୍ଗାଲି ବ୍ଲକ ଯୁବ ଉପସଭାପତି ଆକାଶ ପଣ୍ଡା, ରେଙ୍ଗାଲି ବ୍ଲକ୍ ଆଇ.ଟି. କୋଅର୍ଡିନେଟର ତନ୍ମୟୀ ସାହୁ, ଭବାନି ବାଗ୍, ସହଦେବ ଓରାମ, ତୁଳସୀଦାସ ଓରାମ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଅଭାବକୁ ଦୂର କରିବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନରେ ତିଲେଇମାଲ ଗ୍ରାମରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା । ଏହି କ୍ରମରେ ସମ୍ବଲପୁର ଯୁବ ବିଜେଡି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୧୬୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO