
ଭୁବନେଶ୍ୱର, ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ର ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବାତିଲ କରିବା ପାଇଁ ମାର୍ଚ୍ଚ ୨୬ ତାରିଖ ଭାରତ ବନ୍ଦ ଡାକରାକୁ ସିପିଆଇ ସମର୍ଥନ କରିଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ସଂପାଦକ ଆଶିଷ କାନୁନ୍ଗୋ ଏକ ପ୍ରେସ୍ ବିଜ୍ଞପ୍ତିରେ ରାଜ୍ୟ ପରିଷଦ ପକ୍ଷରୁ ଭାରତ ବନ୍ଦକୁ ସବୁମତେ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ପ୍ରକାଶ କରିଛନ୍ତିଯେ, ଆସନ୍ତା କାଲି କମ୍ୟୁନିଷ୍ଟ ପାର୍ଟିର ସମସ୍ତ ଜିଲ୍ଲା, ଅଂଚଳ ଏବଂ ଶାଖା କମିଟିମାନେ ଭାରତ ବନ୍ଦକୁ ସକ୍ରିୟ ଭାବେ ସମର୍ଥନ କରିବା ସହିତ ଏହାକୁ ସଫଳ କରିବା ପାଇଁ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ କରିଛନ୍ତି ।