
ଭୁବନେଶ୍ୱର, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଗୃହ ଚାଲିବା ଦରକାର । ଗୃହ ଚାଲୁ । ପୂର୍ବରୁ ଅନେକ ଦିନ ଧରି ଗୃହ କାର୍ଯ୍ୟ ବ୍ୟାହତ ହୋଇଛି । କଂଗ୍ରେସ ଦଳ ଚାଷୀ ମାନଙ୍କର ବନ୍ଦକୁ ସମର୍ଥନ କରିଛି । ତେଣୁ ବାହାରେ ସେମାନେ ବନ୍ଦ କରନ୍ତୁ, ହେଲେ ଗୃହ ଚାଲୁ । ଧାନ କିଣା ପ୍ରସଙ୍ଗ ଉଠାଇ କହିଥିଲେ ଯେ କୌଣସି ଚାଷୀଙ୍କର ମୃତ୍ୟୁ ଘଟିିଥିଲେ ଓ ତାଙ୍କ ପୁଅର ଆଧାର ଲିଙ୍କ ହୋଇ ନ ଥିଲେ ଧାନ କିଣାରେ ସମସ୍ୟା ଦେଖା ଦେଉଛି । ଆଧାର ଲିଙ୍କ ହୋଇ ପାରୁ ନାହିଁ । ତେଣୁ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ । ସେ କହିଥିଲେ ଯେ ଆଗାମୀ ଦିନରେ ରବି ଋତୁରେ ଧାନ କିଣା ବେଳେ ମଧ୍ୟ ଏହି ସମସ୍ୟା ଉପୁଜିବ । ଚାଷୀ ମାନେ ହଇରାଣ ହରକତ ହେବେ । ତେଣୁ ଏବେ ଠାରୁ ଏହାର ସମାଧାନ ହେବା ଆବଶ୍ୟର ବୋଲି ସେ କହିଥିଲେ ।