
ଗଞ୍ଜାମ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପ ପୁଅଙ୍କ ନାମରେ ନୂଆ ମାମଲା ରୁଜ୍ଜୁ ହୋଇଛି । ଟାଟା ମୋଟର୍ସରେ ଚାକିରୀ ନାମରେ ଟଙ୍କା ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଆଉ ଏକ ମାମଲା ରୁଜ୍ଜୁ ହୋଇଛି । ଟାଟା ମୋଟର୍ସରେ ଚାକିରୀ କରାଇଦେବାକୁ ୬ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ବୈଦ୍ୟନାଥପୁର ଥାନାରେ କେସ୍ ନଂ ୮୧/୨୧ରେ ଏକ ମାମଲା ରୁଜ୍ଜୁ ହୋଇଛି ।
ଗତ ୨୦୨୦ ରେ ବ୍ରହ୍ମପୁର ପୋଲିସ କନଷ୍ଟେବଳ କାର୍ତିକ ପ୍ରଧାନଙ୍କ ପୁଅ ଟାଟା ମୋଟର୍ସରେ ଚାକିରୀ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ଚାକିରୀ ପାଇଁ ସେ ଯୋଗ୍ୟ ବିବେଚିତ ହେବା ପରେ ତାଙ୍କୁ ପ୍ରଶିକ୍ଷଣ ପାଇଁ ଚିଠି ଆସିଥିଲା । ଏହାପରେ କାର୍ତିକ ଏସବିଆଇରୁ ୬ ଲକ୍ଷ ଟଙ୍କା ଋଣ କରି ବିଧାୟକ ପ୍ରଦୀପଙ୍କୁ ଦେଇଥିବା ନେଇ କାର୍ତିକ ତାଙ୍କ ଲିଖିତ ଏତଲାରେ ଦର୍ଶାଇଛନ୍ତି । ଟଙ୍କା ଦେବା ସତ୍ୱେ ତାଙ୍କ ପୁଅକୁ ଚାକିରୀ ମିଳିନଥିଲା । କାର୍ତିକ ଏହି ଠକେଇ ମାମଲାକୁ ନେଇ ବିଧାୟକ ପ୍ରଦୀପ ଓ ପାଠକ ବାପ ପୁଅଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଏନେଇ ତଦନ୍ତ ଜାରୀ ରଖିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO