ଗତ ୨୦୨୦ ରେ ବ୍ରହ୍ମପୁର ପୋଲିସ କନଷ୍ଟେବଳ କାର୍ତିକ ପ୍ରଧାନଙ୍କ ପୁଅ ଟାଟା ମୋଟର୍ସରେ ଚାକିରୀ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ଚାକିରୀ ପାଇଁ ସେ ଯୋଗ୍ୟ ବିବେଚିତ ହେବା ପରେ ତାଙ୍କୁ ପ୍ରଶିକ୍ଷଣ ପାଇଁ ଚିଠି ଆସିଥିଲା । ଏହାପରେ କାର୍ତିକ ଏସବିଆଇରୁ ୬ ଲକ୍ଷ ଟଙ୍କା ଋଣ କରି ବିଧାୟକ ପ୍ରଦୀପଙ୍କୁ ଦେଇଥିବା ନେଇ କାର୍ତିକ ତାଙ୍କ ଲିଖିତ ଏତଲାରେ ଦର୍ଶାଇଛନ୍ତି । ଟଙ୍କା ଦେବା ସତ୍ୱେ ତାଙ୍କ ପୁଅକୁ ଚାକିରୀ ମିଳିନଥିଲା । କାର୍ତିକ ଏହି ଠକେଇ ମାମଲାକୁ ନେଇ ବିଧାୟକ ପ୍ରଦୀପ ଓ ପାଠକ ବାପ ପୁଅଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଏନେଇ ତଦନ୍ତ ଜାରୀ ରଖିଛି ।
Related Stories
November 23, 2024