
କେନ୍ଦୁଝର, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳା ସ୍ଥିତ ରାଇସ୍ ମିଲ୍ ନିକଟରେ ଆଜି ସକାଳେ ଟ୍ରକ୍ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ମୃତକ ହେଲେ ହୁଣ୍ଡୁଳା ଗ୍ରାମର ୧୦ ବର୍ଷିୟ ଅଜୟ ନାୟକ । ଟ୍ରକ୍ ଟି ରାଇସ୍ ମିଲ୍ ଗେଟରୁ ବାହାରକୁ ବାହାରୁଥିବା ସମୟରେ ବାଳକଟି ଅପର ପାଶ୍ୱର୍ରୁ ଏକ ସାଇକେଲ୍ ଯୋଗେ ଆସୁଥିଲା । ଟ୍ରକର ଗୋଟିଏ ଚକା ବାଳକର ମୁଣ୍ଡ ଉପରେ ମାଡିଯିବା ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଡ଼୍ରାଇଭର ସେଠାରୁ ଫେରାର୍ ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଚଳାଇଛି ।