
ଭୁବନେଶ୍ୱର, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମେଡିକାଲ ଷ୍ଟୁଡେଂଟମାନଙ୍କ ଫୋରମ ମେଡିଭିଜନ ତରଫରୁ ଗଭର୍ଣ୍ଣର ହାଉସ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ରାଜ୍ୟ ବାହାରର ଡାକ୍ତର ମାନଙ୍କୁ ଓପିଏସସି ଏବଂ ଓଏମଇଏସ କ୍ୟାଡରରେ ନିଯୁକ୍ତ ନେଇ ଦାବିପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟ ବାହାରର ଡାକ୍ତର ମାନଙ୍କୁ ଓପିଏସସି ଏବଂ ଓଏମଇଏସ କ୍ୟାଡରରେ ନିଯୁକ୍ତ ଦ୍ୱାରା ଆମ ରାଜ୍ୟର ଡାକ୍ତରମାନେ ତଥା ସାଧାରଣ ଜନତା ନାନାଦି ଅସୁବିଧାର ସମ୍ମୁଖୀନ ହେବେ । ପୂର୍ବରୁ କେବଳ ରାଜ୍ୟର ଡାକ୍ତରମାନେ ଓପିଏସସି ଅଧିନରେ ନିଯୁକ୍ତି ପାଉଥିବା ବେଳେ ଚଳିତ ବର୍ଷଠାରୁ ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟ ବାହାରର ଡାକ୍ତରମାନେ ମଧ୍ୟ ଏହି ସୁବିଧା ଲାଭ କରିବେ । ରାଜ୍ୟରେ ମେଡିକାଲ ୟୁଜି ସିଟ ବୃଦ୍ଧି ହେତୁ ଆଗାମି ଦିନରେ ବାର୍ଷିକ ପ୍ରାୟ ପାଖାପାଖି ୧୯୦୦ ଡାକ୍ତର ବାହରିବେ । ସେମାନଙ୍କୁ ଅଭାବୀ ଡାକ୍ତରଙ୍କ ବିକଳ୍ପ ଭାବରେ ଗ୍ରହଣ ନକରି ବରଂ ବାହାର ରାଜ୍ୟର ଡାକ୍ତରଙ୍କୁ ଥଇଥାନ ପାଇଁ ଯୋଜନା କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଏବେ ସାଧାରଣ ମହଲରେ ଚିନ୍ତାର ବିଷୟ ପାଲଟିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO