
ବାରିପଦା-କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ନେଇ ଦେଶ ବ୍ୟାପି ତେଜିଲା କୃଷକ ଆନ୍ଦୋଳନ । କେନ୍ଦ୍ରୀୟ କୃଷକ ସଙ୍ଗଠନ ପକ୍ଷରୁ ପୁଣି ଥରେ ମାର୍ଚ୍ଚ ୨୬ ଭାରତ ବନ୍ଦର ଡ଼ାକରା ଦିଆଯାଇଛି । ଅଖିଳ ଭାରତ ଶ୍ରମିକ ସଙ୍ଗଠନ ଆହ୍ୱାନ କ୍ରମେ ମାର୍ଚ୍ଚ ୨୬ ଭାରତ ବନ୍ଦକୁ ମୟୂରଭଞ୍ଜ ଜିଲ୍ଲାରେ ଥିବା ନିର୍ମାଣ ଶ୍ରମିକ ସଂଘ, ଇପିଏଫ ଫେନସନ ଭୁକ୍ତ ଓ ଉଠା ଜଳସେଚନ ବିଭାଗର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଅଙ୍ଗନବାଡ଼ି, ପାଚିକା, ଆଶା ସଂଘ, ଏଲଡ଼ିବ ବ୍ୟାଙ୍କି, ସ୍ପିନିଂ ମିଲର ଅବସର ପ୍ରାପ୍ତ କର୍ମଚାରୀ ସଂଘ, ଓଏଫବିସି, ମ୍ୟୁନିସିପାଲିଟି, ଓଏସଆରଟିସି ଓ ବିଦ୍ୟୁତ ବିଭାଗର ବିଭିନ୍ନ ସଂଘ ସମର୍ଥନ ଜଣାଇଛି । ଏଥି ସହିତ ଭାରତ ବନ୍ଦକୁ ସଫଳ କରାଇବା ନିମନ୍ତେ ଆଜି ମୟୂରଭଞ୍ଜ ଜିଲ୍ଲାରେ ଏଆଇଟିୟୁସି ଶ୍ରମିକ ସଂଗଠନ ନେତୃତ୍ୱରେ ଏକ ଶୋଭାଯାତ୍ରା ବାରିପଦା ଷ୍ଟେସନ ପରିସରରୁ ବାହାରି ସହର ପରିକ୍ରମା କରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିବା ପରେ କାହ୍ନୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସର ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ଉଠା ଜଳସେଚନ ନିଗମ ସଂଘର ମଧୁସୂଦନ ଜେନା, ଇପିଏଫ ସଂଘର ଜିଲ୍ଲା ସଭାପତି ମଦନ ମୋହନ ଜେନା, ସମ୍ପାଦକ ଗୋପାଳ ଚନ୍ଦ୍ର ଦାସ, ଫରେଷ୍ଟ ଓଡ଼ ଓ କନଷ୍ଟ୍ରାକ୍ସନର ମହେଶ୍ୱର ବେହେରା, ଓଡ଼ିଶା ନିର୍ମାଣ ସଂଘର ବଳରାମ ମହାନ୍ତ, ପାଚିକା-ସହାୟିକା ସଂଘର ଉତ୍ତରା ବେହେରା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି, ଅହେତୁକ ମୂଲ୍ୟବୃଦ୍ଧି, ସରକାରୀ ଓ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ କର୍ପୋରେଟରମାନଙ୍କ ହାତକୁ ଟେକି ଦେବା, ରେଳବାଇ, ବ୍ୟାଙ୍କ ଓ ଜୀବନ ବୀମାକୁ ଘରୋଇ କରଣ କରାଯିବାକୁ ତୀବ୍ର ବିରୋଧ କରିଥିଲେ ।

ଏଥି ସହିତନିର୍ମାଣ ଶ୍ରମିକ ସମେତ ସମାଜର ସମସ୍ତ ବର୍ଗର ଶ୍ରମିକମାନଙ୍କୁ ଆଇନଗତ ପ୍ରାପ୍ୟକୁ ସୁନିଶ୍ଚିତ କରାଯିବା, କଳା କୃଷି ଆଇନକୁ ତୁରନ୍ତ ବାତିଲ କରାଯିବା ଆଦି ବିଭିନ୍ନ ଦାବୀ ନେଇ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ମାର୍ଚ୍ଚ ୨୬ ଶୁକ୍ରବାର ୧୨ ଘଣ୍ଟିଆ ଭାରତ ବନ୍ଦକୁ ସଫଳ କରାଇବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଏସଆଇଟିୟୁସି ପକ୍ଷରୁ ୧୨ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ରକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର କୁଣ୍ଡୁ, ତ୍ରିନାଥ ପାତ୍ର, ରଥ ସିଂ, ସେକ୍ ରାଜୁ, ଚିତ୍ତରଞ୍ଜନ ବାରିକ, ସୁବାସିନୀ ବିନ୍ଧାଣୀ, ସୁଦର୍ଶନ ରାଉଳ, ରାବଣ ନାଏକ, ସେହେବାଦୀ ବେଗମ୍, ଅନାଦି ଚରଣ ପାତ୍ର, ପ୍ରଫୁଲ୍ଲ ମହାନ୍ତ, ରଣଜିତ୍ ପାତ୍ର, ସନାତନ ଧରମହାପାତ୍ର, ପୁଙ୍ଗି ମହାନ୍ତ, ଚୈତନ୍ୟ ପୂର୍ତ୍ତି, ସୁକଦେବ ସିଂ, ପାରାଓ ହାଁସଦାଃ, ଧନୁ ମାର୍ଣ୍ଡି, ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO