
ବୌଦ୍ଧ,ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାଣୀଗଞ୍ଜ ଛକରେ ଦୁଇ ବାଇକ୍ ମଧ୍ୟରେ ମୁହିାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ବାଇକ୍ ରେ ଯାତ୍ରା କରୁଥିବା ଦୁଇ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ମାଧପୁର ପୋଷ୍ଟମାଷ୍ଟର ବିରଂଚି ପ୍ରଧାନ ଓ ବାରିଙ୍ଗି ପୋଷ୍ଟମାଷ୍ଟର ବିଶ୍ୱଜିତ୍ ସାହୁ । ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକ୍ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଦୁଇ ପୋଷ୍ଟମାଷ୍ଟର ଆଡ଼ିଣିଗଡ଼ରୁ ଭୋଜି ଖାଇ ଆଜି ଅପରାହ୍ନରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।