
ଗଞ୍ଜାମ, ଗଞ୍ଜାମ ଭଞ୍ଜନଗର ଲଣ୍ଡେଇ ସାହି ରଘୁବୀର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଶ୍ରୀ ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଗତ ୧୪ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖରେ ସମାପନ ହୋଇଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରବଚିକା ପ୍ରଭାତୀ କୁମାରୀ ଦାଶ, ବ୍ୟାସ ଲୋକନାଥ ମିଶ୍ର ଓ ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ଶତପଥି ଯୋଗ ଦେଇଥିଲେ । ଏଥିରେ ଅଧିବାସ କଳସ ଯାତ୍ରା, ପାରାୟଣ, ନବାନ୍ନ, ପ୍ରବଚନ,ସୀତା ବିବାହ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଓ ଦେବତା ବିସର୍ଜନ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।
ମନ୍ଦିର ପରିଚାଳନା କମିଟି ସଭାପତି ଗାଫୁର ପ୍ରଧାନ, ଉପସଭାପତି ଅନୁପମ ବାନାର୍ଜୀ, ସମ୍ପଦକ ସୁରେନ୍ଦ୍ର ନାଥ ଗୌଡ଼, କୋଷାଧ୍ୟକ୍ଷ ବସନ୍ତ କୁମାର ପଣ୍ଡା, ସଭ୍ୟ ଗରୀବ ସ୍ୱାଇଁ, ତ୍ରିନାଥ ନାୟକ, ବଳରାମ ପ୍ରଧାନ, ମାଗେତା ବିଷୋୟୀ, ନବୀନ ଚନ୍ଦ୍ର ସାହୁଙ୍କ ସମେତ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳର ବହୁ ଭକ୍ତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO