କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଦଣ୍ଡ, ମେରୁ ଯାତ୍ରା ଓ ଦୋଳଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ଦଣ୍ଡ ନାଚରେ ଅପେରା, ଡ଼ିଜେ ଓ ମେଳା ଆଦିର ଆୟୋଜନକୁ ବାରଣ କରାଯାଇଛି । ଆବଦ୍ଧ ଜାଗାରେ ଦଣ୍ଡନାଚ କରାଯାଇପାରିବ ନାହିଁ ବୋଲି ପ୍ରଶାସନର ନିର୍ଦ୍ଦେଶନାମା ରହିଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ଗ୍ରାମରେ ଦଣ୍ଡ, କାଳେସୀ, ମେରୁ ପୂଜା କରାଯାଇପାରିବ । ସେହିପରି ଏସବୁ ପୂଜାରେ ସାଧାରଣ ଲୋକ ଓ ଦର୍ଶକ ଏକାଠି ହେବା ଉପରେ କଟକଣା ରହିଛି । ଏଥି ସହିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୁହିକ ଭୋଜନ ଉପରେ ରୋକ୍ ଲଗାଯାଇଛି । ଉଠାଦୋକାନୀ ଦୋକାନ କରିପାରିବେ ନାହିଁ । ଏହା ସହିତ ୬୫ ବର୍ଷ ବୟସରୁ ଅଧିକ କିମ୍ବା ୧୦ ବର୍ଷରୁ କମ୍ ବୟସର ପିଲାମାନେ ଏବଂ ଗର୍ଭବତୀ ମହିଳା ମାନଙ୍କୁ କୋଭିଡ଼ ୍ କଟକଣା ମାନିବା ସହିତ ଦଣ୍ଡନାଚ ଦେଖିବାକୁ ଆସିବା ନେଇ ବାରଣ କରାଯାଇଛି ।