
ଭୂବନେଶ୍ୱର, କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ପ୍ରାନ୍ତ ସଂଗଠନ ସମ୍ପାଦକ ତଥା ସଂଘର ବରିଷ୍ଠ ପ୍ରଚାରକ, ଆମ୍ଭ ସମସ୍ତଙ୍କର ପ୍ରିୟ କୁମାର କୃଷ୍ଣଚନ୍ଦ୍ର ରାୟ (କୃଷ୍ଣ ଭାଇ) ଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖୀତ ଓ ମର୍ମାହତ l ସ୍ଵର୍ଗତ କୃଷ୍ଣ ଭାଇ ଜଣେ ପ୍ରଚାରକ ଭାବେ ବିଦ୍ୟାର୍ଥୀ ପରିଷଦ ପାଇଁ ସଂପୂର୍ଣ୍ଣ ସମୟ ଉତ୍ସର୍ଗ କରିଦେଇଥିଲେ l ତାଙ୍କର କୁଶଳ ସଂଗଠନ, କାର୍ଯ୍ୟକୁଶଳତା, ଦକ୍ଷ ନେତୃତ୍ୱ, ପ୍ରେରଣାଦାୟୀ ମାର୍ଗଦର୍ଶନ ତଥା ନିରନ୍ତର ସଂଗଠନ କାର୍ଯ୍ୟ ପାଇଁ ଓଡ଼ିଶାରେ ବିଦ୍ୟାର୍ଥୀ ପରିଷଦ ଏକ ଅଗ୍ରଣୀ ଛାତ୍ର ସଂଗଠନ ଭାବେ ଛିଡ଼ା ହୋଇପାରିଛି l ତାଙ୍କ ବିୟୋଗ ସଙ୍ଘ ପରିବାର ପାଇଁ ଅପୂରଣୀୟ କ୍ଷତି lଏପରି ଏକ ଦିବ୍ୟ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସ୍ୱର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି l ଓମ୍ ଶାନ୍ତି l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO