

Related Stories
August 13, 2025
ଭୂବନେଶ୍ୱର,କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ସଂଘର ବରିଷ୍ଠ ପ୍ରଚାରକ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଂଗଠନ ମନ୍ତ୍ରୀ ଓ ସଂଘ ପରିବାରର ନାନାବିଧ ଦାୟିତ୍ୱ ନିଷ୍ଠାପର ଭାବେ ନିର୍ବାହ କରିଆସିଥିବା ଏବଂ ଶେଷରେ ଅନେକ ବର୍ଷ ଧରି କଟକର ଯଶୋଦା ସଦନରେ ରହିଆସିଥିବା କୁମାର କୃଷ୍ଣଚନ୍ଦ୍ର ରାୟ ବା ଆମର ପ୍ରିୟ କୃଷ୍ଣ ଭାଇଙ୍କର ଦୁଃଖଦ ନିଧନ ସମାଚାର ଶୁଣି ମର୍ମାହତ ହେଲି lଏତେ ମହାନ ଜୀବନ ଯଜ୍ଞର କିପରି ଦୁଖଃଦ ପୂର୍ଣ୍ଣାହୁତି ! ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ ନିମନ୍ତେ ଓ ତାଙ୍କର ବନ୍ଧୁ ପରିଜନ ଏବଂ ତାଙ୍କ ସହ ଘନିଷ୍ଠ ସଂଗଠନର କାର୍ଯ୍ୟକର୍ତ୍ତା ମାନଙ୍କୁ ଏହି ଦୁଃଖକୁ ସହନ କରିବାର ସାମର୍ଥ୍ୟ ପ୍ରଦାନ କରିବା ସକାଶେ ମୁଁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା ଜଣାଉଛି l