ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ world TB day ଉପଲକ୍ଷେ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି |ଏବର୍ଷ ର theme ରହିଛି the clock is ticking. ବିଶ୍ୱରେ TB ରୋଗକୁ ସମୂଳେ ନାଶ କରିବାର ପ୍ରୟାସ ଚାଲିଛି |ଏହି ପ୍ରୟାସ ୨୦୨୫ ରେ ସମାପ୍ତ ହେବାର ଲକ୍ଷ୍ୟ ପାଖେଇ ପାଖେଇ ଆସୁଛି |ଏହି theme କୁ ପର୍ଯ୍ୟବେଶିତ କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି |
ସେ ତାଙ୍କର ବାଲୁକା କଳାରେ lungs ର ଚିତ୍ରଣ କରିବା ସହିତ ଡାକ୍ତର ମାନଙ୍କ ପ୍ରୟାସରେ ଧୀରେ ଧୀରେ ସାରା ପୃଥିବୀ ରୁ TB ମୁକ୍ତ ସମାଜର ନିର୍ମାଣ ହେଉଛି ତାହା ଦର୍ଶାଇଛନ୍ତି |ଏହି ବାଲୁକା କଳାଟି ୧୫ ଫୁଟ ଓଷାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି |ଏହାକୁ ନିର୍ମାଣ କରିବାକୁ ମାନସ କୁମାର ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା |ଏଥିରେ ସେ world TB day and the clock is ticking ର ବାର୍ତ୍ତା ଦେଇଛନ୍ତି |ଉପଜିଲ୍ଲାପାଳ ମି. ଶରତ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଜାତା ମିଶ୍ର ଏବଂ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ ଲଲାଟେନ୍ଦୁ ମିଶ୍ର ଏହି ବାଲୁକା କଳା କୁ ଉଦଘାଟନ କରିଥିଲେ |