 
                
ଆଜି ଚିହ୍ନଟ ହୋଇଥିବା ୧୧୩   ଜଣଙ୍କ ମଧ୍ୟରୁ   ୬୭      ଜଣ ସଂଗରୋଧରୁ ହୋଇଥିବା ବେଳେ ୪୬  ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୧ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ     ଜିଲ୍ଲାରେ ସବୁଠାରୁ ଅଧିକ  ୨୦ ଜଣ  କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ   ଜିଲ୍ଲାରେ ୫   ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ବାଲେଶ୍ୱର ଜିଲ୍ଲାରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ ଜିଲ୍ଲାରେ ୧ ଜଣ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ବେଳେ୍  ବଲାଙ୍ଗୀର ଜିଲ୍ଲାରେ ୩ ଜଣ ତଥା  ବୌଦ୍ଧ   ଜିଲ୍ଲାରେ  ୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
  କଟକ ଜିଲ୍ଲାରୁ  ୧୭  ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେବଗଡ ଜିଲ୍ଲାରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ  ହୋଇ ନାହାନ୍ତି ।    ଢେଙ୍କାନାଳ ଜିଲ୍ଲାରୁ  ୧ ଜଣ, ଗଜପତି ଜିଲ୍ଲାରୁ ୧ ଜଣ ସଂକ୍ରମିତ ହୋଇଥିବା ବେଳେ  ଗଂଜାମ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।     ଜଗତସିଂହପୁର   ଜିଲ୍ଲାରୁ ୫ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଯାଜପୁରରୁ  ୪ ଜଣ,   ଝାରସୁଗୁଡ଼ାରୁ ô୪ ଜଣ ଚିହ୍ନଟ ହୋଇଥିବା ବେଳେ  କଳାହାଣ୍ଡି ଜିଲ୍ଲାରୁ ଜିଲ୍ଲାରୁ  ୭   ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି । କନ୍ଧମାଳ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।  କେନ୍ଦ୍ରାପଡା ଜିଲ୍ଲାରୁ ୩,   କେନ୍ଦୁଝର ଜିଲ୍ଲାରୁ ୨,  ଖୋର୍ଦ୍ଧାରୁ ୧୪   ଜଣ ଚିହ୍ନଟ ହୋଇଥିବା ବେଳେ  କୋରାପୁଟ ଜିଲ୍ଲାରୁ ୧ ତଥା  ମାଲକାନଗିରି ରୁ ଜଣେ ହେଲେ  ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
ମୟୁରଭଂଜ ଜିଲ୍ଲାରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ନବରଙ୍ଗପୁର ôରୁ  ଜଣେ ହେଲେ  ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।  ନୟାଗଡ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ବେଳେ   ନୂଆପଡା  ଜିଲ୍ଲାରୁ ୪  ଓ ପୁରୀରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।    ରାୟଗଡା    ଜିଲ୍ଲାରୁ  ୧    ସଂକ୍ରମିତ ଚିହ୍ନଟ  ହୋଇଛନ୍ତି ।   ସମ୍ବଲପୁରରୁ  ୩ ଜଣ ଚିହ୍ନଟ  ହୋଇଥିବା ବେଳେ ସୋନପୁର ଜିଲ୍ଲାରେ ଜଣେ ହେଲେ  ଚିହ୍ନଟ ହୋଇ ନାହାନ୍ତି । ସୁନ୍ଦରଗଡ଼ରୁ ୨୦  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଷ୍ଟେଟ୍ପୁଲ୍ରୁ  ୩   ସଂକ୍ରମିତ ଚିହ୍ନଟ  ହୋଇ ଛନ୍ତି ।
                            
                        
	                    
 
                    







