ଭୁୁବନେଶ୍ୱର, ମହାତ୍ମା ଗାନ୍ଧୀ ଜାତିବାଦ ବିରୋଧୀ ଥିଲେ । ହରିଜନ ଓ ଦଳିତ ମାନଙ୍କୁ ମନ୍ଦିର ପ୍ରବେଶ କରିବା ନେଇ ମୁଖ୍ୟ ଭୂମିକା ଥିଲା ।ହରିଜନ ଓ ଦଳିତ ଶ୍ରେଣୀ ର ଲୋକଙ୍କୁ ଭଲ ପାଉଥିଲେ ବୋଲି କହିଛନ୍ତି ନରସିଂହ ମିଶ୍ର ।ସେ କହିଛନ୍ତି ଯେ ହରିଜନ ପତ୍ରିକା ରେ ଉଲ୍ଲେଖ ଅଛି ଯେ,ଗାନ୍ଧୀ କହିଥିଲେ ଯେ , ଯଦି ଜଣେ ଉପବାସ ରେ ଶୋଉଅଛି ତାହାଲେ ପ୍ରକୃତ ସ୍ୱରାଜ ପାଇପାରୁ ନାହିଁ ବୋଲି ମୁଁ ଭାବିବି , ଏବଂ ଗାନ୍ଧୀ ଅହିଂସା ର ପୂଜାରୀ ଥିଲେ ।ଏହାକୁ ସମ୍ବିଧାନ ରେ ସ୍ଥାନ ଦିଆଯାଉ । ଅହିଂସାକୁ ସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଚାହୁଁଛନ୍ତି ।ଏବେ ସୋସିଆଲଜିମ ନାହିଁ ଏବଂ ଡେମୋକ୍ରାଟିକ୍ ନର୍ଭ ଡଷ୍ଟବିନ ରେ ପକାଯାଇଛି ଭଳି ଲାଗୁଛି । ମହାତ୍ମାଗାନ୍ଧୀ ଙ୍କୁ ଭୁଲେଇବା ପାଇଁ ଯୋଜନା ବଦ୍ଧ ଭାବରେ ଭୁଲେଇବା ପାଇଁ ପ୍ରୟାସ କରାଯାଉଛି ବୋଲିି ସେ କହିଛନ୍ତି ।