
ବ୍ରହ୍ମପୁର :ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଥିବା ସ୍ପେଶାଲ୍ ସାରକିଟ୍ ହାଉସ୍ ଠାରେ ବ୍ରହ୍ମପୁର ମୁନିସିପାଲ୍ ପୂର୍ବତନ କାଉନସିଲର ଓ କୋର୍ଫରେଟର ଏସୋସିଏସନ ତରଫରୁ ସଂଘର ସଭାପତି ଶ୍ରୀ ପି ଭିମୁଡୁଙ୍କ ନେତୃତ୍ୱରେ ଦିଗପହଣ୍ଡି ମାନ୍ୟବର ବିଧାୟକ ତଥା ମାନ୍ୟବର ବାଚସ୍ପତି ଓଡ଼ିଶା, ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପୁଷ୍ପ ଗୁଛ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଭଗବାନ ଗନ୍ତାୟତ, ଶିବଶଙ୍କର ସାହାଣି, ଜାମୁଲା ଶଙ୍କର ନାରାୟଣ,ରାମକୃଷ୍ଣ ସାହୁ,ଭିଷ୍ମାଚାର୍ଯ୍ୟ ଚୌଧୁରୀ,ଧବଳ ବେହେରା,ଆର୍ ମୁରଳି ମୋହନ, ମୁନ୍ନା ଜେନା,ଅମିତା ସାହୁ, ମମତା ବିଷୋୟୀ, ବିରେନ୍ ପଟ୍ଟନାୟକ, ସୂର୍ଯ୍ୟ ପ୍ରକାଶ ରାଓ, ହାଡୁ ପାତ୍ର,ଓ ଅନ୍ୟ ମାନଙ୍କ ମଧ୍ୟରେ ସୁଧିର ରାଉତ, ଉଜ୍ଜ୍ବଳ ପାଢି, ମୁକୁନ୍ଦ ଗୌଡ,ସିମାଞ୍ଚଳ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।