 
                
ତାମିଲନାଡୁରେ   ଗତ ୨୪ ଘଂଟାରେ  ୧,୨୮୯  କରୋନାର ନୂଆ ମାମଲା 
ଚେନ୍ନାଇ ,  ତାମିଲନାଡୁରେ  ଗତ ୨୪ ଘଂଟାରେ  ୧,୨୮୯  ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୯  ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୬୬,୯୮୨  ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୫୯୯  ଜଣଙ୍କର ମୃତ୍ୟୁ ଘଟିଛି ।

 
                    







