
ଭଦ୍ରକ – କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି େଯାଜନା (ମନରେଗା) ରେ େଯଉଁ ବ୍ଲକ୍ସ୍ତରୀୟ ଜନଶୁଣାଣୀ ପ୍ରଶାସନ ପକ୍ଷରୁ କରାଯାଉଛି, ତାହା ବାସ୍ତବରେ କିଭଳି ପ୍ରହସରେ ପରିଣତ ହେଉଛି, ତାହାର ଏକ ସଦ୍ୟ ଉଦାହରଣ ଦେଖôବାକୁ ମିଳିଛି ଚାନ୍ଦବାଲି ବ୍ଲକ୍ରେ। ମନରେଗା ଗାଇଡ୍ ଲାଇନ୍ ଅନୁସାରେ ଏହି ଜନଶୁଣାଣୀ ବର୍ଷକୁ ଦୁଇଥର ହେବାର ନିୟମ ଅଛି। ଏହି କମିଟିରେ ବିଡିଓ ମେମ୍ବର ସେକ୍ରେଟାରୀ ଥିବାବେଳେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ା, କନଭେନର, ଲେବର ଲିଡର ଏବଂ ଜିଲାସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀ ସଦସ୍ୟ ଭାବେ ରହିବାର ବ୍ୟବସ୍ଥା ରହିଛି। ବିଶେଷକରି ମନରେଗା ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଗ୍ରାମପାୟତ ସ୍ତରରେ ଅନୁଷ୍ଠିତ ହୋଇଯାଇଥିବା ସାମାଜିକ ସମୀକ୍ଷାର ଆଲୋଚନା, ଅଭିେଯାଗ ଓ ନିରାକରଣ ଉପରେ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ଭଦ୍ରକ ଜିଲାର ଚାନ୍ଦବାଲିରେ ଏହା ଏକ ପ୍ରହସନରେ ପରିଣତ ହୋଇଛି। କାହóକି ନା ଏହି ଜନଶୁଣାଣୀ ପାଇଁ କୌଣସି ପ୍ରଚାର ପ୍ରସାର ବ୍ୟବସ୍ଥା ହୋଇନାହó କିମ୍ବା କୌଣସି ଜନଶୁଣାଣୀ କମିଟିର ସଭ୍ୟ/ସଭ୍ୟାମାନଙ୍କୁ ଅଗ୍ରୀମ ସୂଚନାଟିଏ ବି ଦିଆଯାଇନାହó। ଆସନ୍ତାକାଲି (ତା ୧୬.୧୦.୧୯ ରିଖ) ରେ ଏହି ଜନଶୁଣାଣୀ ଅନୁଷ୍ଠିତ ହେବାକୁ ଯାଉଛି। ସବୁଠାରୁ ବଡ ଆଶ୍ଚର୍ଯ୍ୟଣ ବିଷୟ ଏହି ଜନଶୁଣାଣୀ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା କଥା। ମାତ୍ର ସେଥିପ୍ରତି ପ୍ରଶାସନ ଆଖô ବୁଜିଦେଇଛି।