-
ଏବଂ ପ୍ରସାର କାର୍ଯ୍ୟକ୍ରମ ବସନ୍ତ ଉତ୍ସବ- ୨୦୨୧ ଅନୁଷ୍ଠିତ
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନଦୟା ଜ୍ୟୋତି ମିଳିତ ଭାବରେ ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଏବଂ ପ୍ରସାର କାର୍ଯ୍ୟକ୍ରମ ବସନ୍ତ ଉତ୍ସବ – ୨୦୨୧ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଅନୁଷ୍ଠିତ ହୋଇଅଛି । ଏହି ଉତ୍ସବର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ପ୍ରବୀଣ କଳାକାରମାନଙ୍କ ମଧୁରତାନ ମାଧ୍ୟମରେ ପାରମ୍ପରିକ ସଙ୍ଗୀତ ଏବଂ ଓଡ଼ିଶୀନୃତ୍ୟ, ଓଡ଼ିଶୀ ସଙ୍ଗୀତ, ଚିତ୍ରକଳା, ଫ୍ରାନ୍ସି ଡ୍ରେସ୍, ଲୋକନୃତ୍ୟ ଖୁବ୍ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ।
ନିମନ୍ତ୍ରିତ ଅତିଥି ଭାବେ ଅନୁଷ୍ଠାନର ଏହି ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଏବଂ ପ୍ରସାର ସଂସ୍କୃତିକ କାର୍ଯ୍ୟକ୍ରମ ବସନ୍ତିୟ ନବୋଲ୍ଲାସ ସହ ସାଂପ୍ରଦାୟିକତା ଓ ଅଂଚଳିକତା ଭାବର ଉର୍ଦ୍ଧରେରହି ଛାତ୍ରଛାତ୍ରୀମାନେ ନିଜକୁ କିପରି ଦେଶର ଏକ ସୁନାଗରିକ ଭାବରେ ପ୍ରତିଷ୍ଠିତ କରି ମାନବିକ ମୂଲ୍ୟବୋଧର ଉତଥାନ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଅଭିବୃଦ୍ଧିରେ କିପରି ବିଶେଷ ଭାବରେ ସହାୟକ ହେବ ସେ ବିଷୟରେ ଆଲୋକପାତ କରିଥିଲେ ।