-
ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଂଚର ତ୍ରୟୋଦଶ ରାଷ୍ଟ୍ରୀୟ ଅଧିବେଶନର ଦ୍ୱିତୀୟ ଦିନ ସଂପୁର୍ଣ୍ଣ
-
ସମାଜ ସେବା, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସିଲ କରିଥିବା ତିନି ବିଶିଷ୍ଠ ବିକ୍ତିମାନଙ୍କୁ ସମ୍ମାନିତ

ପୁରୀ. ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଂଚର ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ତ୍ରୟୋଦଶ ରାଷ୍ଟ୍ରୀୟ ଅଧିବେଶନ “ଅଭ୍ୟୁଦୟ” ର ଦ୍ୱିତୀୟ ଦିନ ଶନିବାର ସଫଳତା ପୂର୍ବକ ସଂପୁର୍ଣ୍ଣ ହୋଇଛି । ଏହି ଅବସରରେ କପିଲ ଲଖୋଟିୟାଙ୍କୁ ନୂତନ ରାଷ୍ଟ୍ରୀୟ ସଭାପତି ଭାବରେ ଚୟନ କରାଗଲା । ଏହା ସହିତ ରାଷ୍ଟ୍ରୀୟ ସ୍ତରରେ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ରାଜସ୍ଥାନ ହେଲ୍ଥ ଫାଉଣ୍ଡେସନର ଡାଇରେକ୍ଟର ଜଗଦିଶ ପ୍ରସାଦ ଶର୍ମାଙ୍କୁ (ଚେନ୍ନାଇ) ସ୍ୱର୍ଗିୟ ଈଶ୍ୱର ଦାସ ଜାଲାନ ସ୍ମୃତି ରାଷ୍ଟ୍ରୀୟ ପୁରସ୍କାର ଦିଆ ଗଲା । ଏହି ପ୍ରକାର ସାମ୍ବାଦିକତା କ୍ଷେତ୍ରରେ ଜଣାଶୁଣା ଖବରକାଗଜ ପ୍ରଭାତ ଖବରର ପ୍ରଦେଶ ମୁଖ୍ୟ ଅନୁଜ ସିଂହାଙ୍କୁ (ରାଂଚି) ସ୍ୱର୍ଗିୟ ରାମ ମନୋହର ଲୋହିୟା ସ୍ମୃତି ରାଷ୍ଟ୍ରୀୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଗଲା । ସେହିପରି ମୌଳିକ ଏବଂ ଅନୁସନ୍ଧାନ କାର୍ଯ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସୁଶ୍ରୀ ଦିବ୍ୟା ଅଗ୍ରୱାଲ (ଜମସେଦପୁର) ଙ୍କୁ ସ୍ୱର୍ଗିୟ ଭଂୱର ଲାଲ ସିଂଘି ସ୍ମୃତି ରାଷ୍ଟ୍ରୀୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଗଲା ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭାରତ ସରକାରଙ୍କ ମେମ୍ବର କମ୍ପନୀ ଲ ସ୍ଟାଣ୍ଡିଂଗ କମିଟିର ସିଏ ରାଜୀୱ ଶେଖର ସାହୁ, ରାଜସ୍ଥାନ ଫାଉଣ୍ଡେଶନର କମିଶନର ଶ୍ରୀ ଧୀରଜ ଶ୍ରୀବାସ୍ତବ, ମାରୱାଡ଼ି ସମ୍ମେଳନ ଓଡ଼ିଶା ପ୍ରାନ୍ତର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ରାମ ଅଗ୍ରୱାଲ, ଜୟପୁରର ଶ୍ରୀ କେ ସି ମାଲୁ ପ୍ରମୁଖ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଅତିଥିମାନେ ମାରୱାଡ଼ି ଯୁବା ମଂଚର ଏହି ପ୍ରୟାସର ପ୍ରଶଂସା କରିବା ସହ ନିଜ ନିଜର ମନ୍ତବ୍ୟ ରଖିଥିଲେ ।କାର୍ଯ୍ୟକ୍ରମରେ ମାରୱାଡ଼ି ଯୁବା ମଂଚର ରାଷ୍ଟ୍ରୀୟ ସଭାପତି ଅମିତ ଅଗ୍ରୱାଲ, ରାଷ୍ଟ୍ରୀୟ ସଚୀବ ଉମେଶ ଗର୍ଗ, ପ୍ରାନ୍ତିୟ ସଭାପତି ମନୀଷ ଅଗ୍ରୱାଲ, ଭୁବନେଶ୍ୱର ଶାଖା ସଭାପତି ମୁନ୍ନାଲାଲ ଅଗ୍ରୱାଲ, ନବ ନିର୍ବାଚିତ ଅଧ୍ୟକ୍ଷ କପିଲ ଅଗ୍ରୱାଲ, ପୁର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରବି ଅଗ୍ରୱାଲ, ପୁର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର ଗୁପ୍ତା, ପୁର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷଶ୍ରୀ ଅନୀଲ ଜଜୋଡ଼ିୟା, ପୁର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ପ୍ରକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO