Related Stories
November 25, 2024
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ପିତ୍ତଳ ଅଂଚଳରେ ବରିଷ୍ଠ ନାଗରିକ ମାନଙ୍କୁ ବ୍ୟାପକ କୋଭିଡ୍ ଟୀକାକରଣ ବ୍ୟବସ୍ଥା ସରକାରଙ୍କ ଦ୍ୱାରା କରାଯାଇଛି । ଦୁଇ ଦିନ ମଧ୍ୟରେ ପ୍ରାୟ ୪୭୫ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଟୀକାକରଣ କରାଯାଇଛି । ଆହୁରି ପ୍ରାୟ୧୫ ଶହ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଅଂଚଳରେ ଟୀକାକରଣ କରିବା ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଏହି କେନ୍ଦ୍ରରେ ଶେରଗଡ ସିଏଚସିର ସ୍ୱାସ୍ଥ୍ୟ କର୍ମୀମାନେ ବରିଷ୍ଠ ନାଗରିକମାନଙ୍କୁ ଟୀକା ପ୍ରଦାନ କରୁଥିବା ବେଳେ ପିତ୍ତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରୀତମ ମହାପାତ୍ର ଓ ଆୟୁଷ ଡାକ୍ତର ଦେବାଶୀଷ ଶତପଥୀ ଟୀକାକରଣ କେନ୍ଦ୍ରର ସୁପରିଚାଳନା କରିଥିଲେ । ବରିଷ୍ଠ ସାମ୍ବାଦିକ ଡା. ହୃଷୀକେଶ ମହାନ୍ତି ଯୋଗଦେଇ ସମସ୍ତଙ୍କୁ ଟୀକା ନେବା ନିମନ୍ତେ ଉତ୍ସାହିତ କରିଥିଲେ । ସେହିପରି ଶିହଳା ଯୁଧିଷ୍ଟିର ହାଇସ୍କୁଲରେ ଅନୁଷ୍ଠିତ କରୋନା ଟୀକାଦାନ କେନ୍ଦ୍ରରେ ବରିଷ୍ଠ ନାଗରିକ ତଥା ସାମ୍ବାଦିକ ହରେକୃଷ୍ଣ ମହାନ୍ତି କରୋନା ପ୍ରତିରୋଧକ ଟୀକାନେଇଛନ୍ତି । ଗତ ଦୁଇଦିନ ମଧ୍ୟରେ ଏହି କେନ୍ଦ୍ରରେ ମଧ୍ୟ ୩୫୦ ଜଣ ବରିଷ୍ଠ ନାଗରିକ ଟୀକା ନେଇ ସାରିଛନ୍ତି । କୁକୁଡାଖଣ୍ଡି ସିଏଚସି ସ୍ୱାସ୍ଥ୍ୟ କର୍ମୀମାନେ ଏହି ଟୀକାକରଣ କେନ୍ଦ୍ରରେ ନିୟୋଜିତ ହୋଇ ବରିଷ୍ଠ ନାଗରିକ ମାନଙ୍କୁ ଟୀକାଦାନ କରିଛନ୍ତି ।ଟୀକା ନେବାପାଇଁ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି ।