
ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଭା କକ୍ଷରେ ଏଫଇଏସ ଅନୁଷ୍ଠାନ ସହାୟତାରେ ଏବଂ ଚିତ୍ରକୋଣ୍ଡାର ପୋରେବର୍ତ୍ତନ ଅନୁଷ୍ଠାନ ସହଯୋଗରେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତ ଜିଆରଏସ, ଗ୍ରାମ ସାଥି, ଗ୍ରାମ ମୁଖିଆ ଓ ପିଇଓ ମାନଙ୍କୁ ନେଇ ଦୁଇ ଦିନିଆ ବ୍ଲକ ସ୍ତରୀୟ ଏମଜିଏନଆରଇଜିଏସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଚିତ୍ରକୋଣ୍ଡା ବ୍ଲକ ଭାରପ୍ରାପ୍ତ ଗୋଷ୍ଠି ଉନୟନ୍ନ ଅଧିକାରୀ ଟି . ପଦ୍ମନାଭ ଦୋରା ଅଧକ୍ଷତା କରିଥିଲେ। କର୍ମଶାଳାର ପ୍ରଥମ ଦିନରେ ଚିତ୍ରକୋଣ୍ଡା ବ୍ଲକର ଦଶ ଗୋଟି ପଞ୍ଚାୟତର ୬୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ପ୍ରଥମେ ଚିତ୍ରକୋଣ୍ଡା ପରିବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଶୁକ୍ଲା କର୍ମଶାଳାରେ ଉପସ୍ଥିତ ହୋଇ ଭାଗନେଇଥିବା ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇ ଥିଲେ । ବ୍ଲକସ୍ତରୀୟ ଏମଜିଏନଆରଇଜିଏସ କର୍ମଶାଳାରେ ଭୁବନେଶ୍ୱର ଏଫଇଏସର ତାଲିମ ଦାତା ବିଜୟ କୁମାର ଟପୋ ଯୋଗ ଦେଇଥିଲେ । କର୍ମଶାଳାରେ ମୁଖ୍ୟତଃ ଏମଜିଏନଆରଇଜିଏସ କାର୍ଯ୍ୟକ୍ରମ ଆରମ୍ଭ, କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ, କାର୍ଯ୍ୟକ୍ରମକୁ ଦୀର୍ଘ ସ୍ଥାୟୀ କରିବା, ଯୋଜନା ରେ ଥିବା କାମ ବିଷୟରେ ଅବଗତ ହେବା, ଆବଶ୍ୟକ ଅନୁଯାୟୀ, ଗାଁରେ ଯୋଜନା କରିବା, କାମ ପାଇଁ ଡିମାଣ୍ଡ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା କରିବା ସହିତ ଚଳିତ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଚିତ୍ରକୋଣ୍ଡା ବ୍ଲକରେ କରାଯାଇଥିବା କାମର ମିଳିଥିବା ତଥ୍ୟ ଉପରେ ଆଲୋଚନା କରାଯିବା ସହିତ ଚାରିଗୋଟି ଦଳ ମାଧ୍ୟମରେ ହୋଇଥିବା କାମ ଓ ନହେବାର କାରଣ ସମ୍ପର୍କରେ ଦଳଗତ ଆଲୋଚନା କରାଯାଇ ସମାଧାନ ନିମନ୍ତେ ଚେଷ୍ଟା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବ୍ଲକର ଏପିଓ ଉଚ୍ଛବ ଗିରି ପରିଚାଳନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO