
ଭୁବନେଶ୍ୱର,ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଂଚଳରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱେରେଜ କାମ ଚାଲୁଥିବା ବେଳେ ଏହି ଅଘଟଣା ଘଟିଛି । ମୃତକ ଦ୍ୱୟ ସ୍ୱେରେଜ କାମ କରୁଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ ।