ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜରିମାନା ଆଦାୟ ନ କରାଯାଇ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ରାଜମହଲ ଛକରେ ଉତ୍ତ୍ୟକ୍ତ ଲୋକେ ମୋ ବସ୍, ବିଏମ୍ସି ଗାଡ଼ି ଓ ପୁଲିସ୍ ଗାଡ଼ି ଯାଞ୍ଚ କରିଛନ୍ତି। ମୋ ବସ୍ରେ ଓଭରଲୋଡ୍ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନ ଥିବା ଅଭିଯୋଗ ହୋଇଥିବା ବେଳେ ବିଏମ୍ସି ଗାଡ଼ି ଓ ପୁଲିସ୍ ଭ୍ୟାନ୍ର କାଗଜପତ୍ର ଠିକ୍ ନ ଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ଗାଡ଼ି ଗୁଡ଼ିକୁ ଅଟକାଇ ଲୋକମାନେ ରେଜିଷ୍ଟ୍ରେସନ, ପରମିଟ୍, ଇନ୍ସୁରାନ୍ସ ସହ ପଲ୍ୟୁସନ୍ ସାର୍ଟିଫିକେଟ ଯାଞ୍ଚ କରିଛନ୍ତି।
Related Stories
November 22, 2024