
ଭୁବନେଶ୍ୱର, ବର୍ତମାନ ସୁଦ୍ଧା ୪୫୭ଟି ପ୍ରାଥମିକ ସେବା ସମବାୟ ସମିତିରେ ସ୍ଥାୟୀ ସମ୍ପାଦକ ପଦବୀ ଖାଲି ରହିଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ତାରକା ଚିହ୍ନତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ୨୭୧୦ ସମବାୟ ସମିତି କାର୍ଯ୍ୟ କରୁଛି । ଏହି ସଂସ୍ଥା ଗୁଡିକ କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟ (କୃଷି ଋଣ ବିତରଣ , ସରକାରୀ ସରରେ ସାର ଓ ବିହନ ବିକ୍ରୟ , କୃଷି ଉତ୍ପାଦନ) ସମ୍ପାଦନ କରିଥାନ୍ତି । ସମିତିର ମୁଖ୍ୟ ଭାବେ ପ୍ୟାକ୍ସ ଗୁଡିକରେ ସମ୍ପାଦକ ଓ ଲ୍ୟାମ୍ପସ୍ ଗୁଡିକରେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥାନ୍ତି । ସମିତିରେ ନିୟମିତ ସମ୍ପାଦକ ବା ନିର୍ଦ୍ଦେଶକ ନଥିବା ପ୍ରାଥମିକ ସେବା ସମବାୟ ସମିତିରେ ସହ ସମ୍ପାଦକ କିମ୍ବା ନିକଟସ୍ଥ ସମବାୟ ସମିତିର ସମ୍ପାଦକ ଅତିରିକ୍ତ କାର୍ଯ୍ୟଭାର ନେଇ କାର୍ଯ୍ୟ କରୁଛନ୍ତି । ଖାଲି ପଦବୀ ପୂରଣ ପାଇଁ କାର୍ଯ୍ୟରତ ଥିବା ଅସ୍ଥାୟୀ ସମ୍ପାଦକ ମାନଙ୍କୁ ପଦୋନ୍ନତି ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦେବା ନିମନ୍ତେ ନିବନ୍ଧକ ସମବାୟ ସମିତି ସମ୍ମୁହ ଓଡିଶାଙ୍କ ଗାଇଡ୍ ଲାଇନ୍ ରେ ଥିବା ସମ୍ପାଦକ ପଦବୀ ପାଇଁ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଅନୁପାଳନ ନିମନ୍ତେ ଉଲ୍ଲେଖ ରହିଛି ।