
ଭୁବନେଶ୍ୱର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଓମଫେଡ୍ ଅଫିସ୍ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ଯିବାରୁ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ଏକ ଜଳଖିଆ ଦୋକାନର ମାଲିକ ଓ କର୍ମଚାରୀ । ସେମାନଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଓ ପରେ କଟକ ଏସ୍ସିବିକୁ ପଠାଇଦିଆଯାଇଛି । ପୋଲିସ୍ ଘଟଣା ସ୍ଥଳରେ ପହଂଚି ଛାନଭିନ୍ କରିଛି ।
ଓମଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରେ ହଠାତ୍ ଭୋର ୫ଟାରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ବିଜୟ ବେହେରା ନାମକ ବ୍ୟକ୍ତି ଟ୍ରାନ୍ସଫର୍ମର ନିକଟରେ ଏକ ଜଳଖିଆ ଦୋକାନ କରିଥିଲେ । ଏହି ଦୋକାନରେ ତାଙ୍କ ପୁଅ, ଶଢ଼ୁ ଓ ଗାଁର ଜଣେ ଯୁବକ ମଧ୍ୟ କାର୍ଯ୍ୟରତ ଥିଲେ । ଆଜି ସକାଳୁ ଜଳଖିଆ ନିମନ୍ତେ ସମସ୍ତେ ପ୍ରସ୍ତୁତି କାର୍ଯ୍ୟ ଚଳାଇଥିବା ବେଳେ ଟ୍ରାନ୍ସଫର୍ମର ଫାଟି ଯିବାରୁ ନିଆଁ ବାହାରି ବିଜୟଙ୍କ ଦୋକାନକୁ ବ୍ୟାପି ଯାଇଥିଲା । ସମସ୍ତଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ଓମଫେଡ କର୍ମଚାରୀ ପହଂଚି ନିଆଁକୁ ଆୟତ କରି ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ରେଫର କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO