ପଟ୍ଟାମୁଣ୍ଡାଇ- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରୁ ଆଜି ଦୁଇ ଜଣ ସ୍କୁଲ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ଅପହର୍ତାକୁ କାବୁ କରିବା ସହ ଦୁଇ ଛାତ୍ରୀଙ୍କୁ ତା’ କବଳରୁ ଉଦ୍ଧାର କରିଛନ୍ତି ।
ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ସ୍ଥାନୀୟ ଚୂନଢ଼ିଅ ପ୍ରକଳ୍ପ ପ୍ରାଥମିକ ସ୍କୁଲର ଦୁଇଜଣ ଛାତ୍ରୀ ଅନ୍ନପୂର୍ଣ୍ଣା ମଣ୍ଡଳ (୧୦) ଓ ଅନିତା ବାରିକ (୮) ସ୍କୁଲ୍ ଯିବା ବାଟରେ ଘଟିଥିଲା ଅଘଟଣ । ଅନ୍ନପୂର୍ଣ୍ଣା ଓ ଅନିତାଙ୍କ ଘର ସ୍ଥାନୀୟ ବଙ୍ଗାଳିପଡ଼ା ଗ୍ରାମରେ । ଅନ୍ନପୂର୍ଣ୍ଣା ପଚଂମ ଶ୍ରେଣୀରେ ପଢୁଥିବା ବେଳେ ଅନିତା ତୃତୀୟ ଶ୍ରେଣୀରେ ପାଠ ପଢନ୍ତି । ଆଜି ଏହି ଦୁଇ ଛାତ୍ରୀ ସ୍କୁଲ ଯିବା ସମୟରେ ସାନମନ୍ତିଆ ଗ୍ରାମର ଯୁବକ ରଶ୍ମିରଞ୍ଜନ ବିଶ୍ୱାଳ ସ୍କୁଟିରେ ଲିଫ୍ଟ ଦେବା ବାହାନାରେ ଦୁହିଁଙ୍କୁ ଅପହରଣ ଉଦ୍ୟମ କରିଥିଲେ । ଅପହର୍ତା ରଶ୍ମିରଞ୍ଜନ ପଲଶିଙ୍ଗା କ୍ଷେତ୍ରପାଳ ଗ୍ରାମ ଦେଇ ଯାଉଥିବା ବେଳେ ଦୁଇ ଛାତ୍ରୀ ପ୍ରାଣ ବିକଳରେ ରକ୍ଷା କର, ରକ୍ଷା କର ଚିକ୍ରାର କରିଥିଲେ । ନିକଟରେ ଘାସ କାଟୁଥିବା କେତେକ ସାହାସୀ ଯୁବକ ରାସ୍ତାକୁ ଆସି ଅପହର୍ତାଙ୍କ ସ୍କୁଟିକୁ ଅଟକାଇଥିଲେ । ଦୁଇ ଝିଅଙ୍କୁ ଅପହର୍ତା କବଳରୁ ଉଦ୍ଧାର କରିବା ସହ ଅପହର୍ତାଙ୍କୁ କାବୁ କରିଥିଲେ । ସେହି ସମୟରେ ଦୁଇ ଛାତ୍ରୀଙ୍କ ପିତା ଖୋଜି ଖୋଜି ସେଠାରେ ପହଂଚି ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା । ଉତ୍ୟକ୍ତ ଲୋକେ ଯୁବକଙ୍କୁ ନିସ୍ତୁକ ପିଟି ଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତ ଯୁବକକୁ ଉଦ୍ଧାର କରିଥିଲା । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
Related Stories
November 23, 2024