
ବାରିପଦା- ଚୋରାରେ ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପକୁ ଜବତ କରିଛି ଝାରପୋଖରିଆ ପୋଲିସ । କୌଣସି ସୂତ୍ରରୁ ଖବରପାଇ ଝାରପୋଖରିଆ ଥାନା ଅଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ପୋଲିସ ପେଟ୍ରୋଲିଂ ଟମ ଓଡ଼ି ୧୧ଏ ୪୧୬୮ ନମ୍ବର ଏକ ପିକଅପ ଭ୍ୟାନ୍ରେ ୯ଟି ବଳଦ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା ବେଳେ ୪୯ ନଂ. ଜାତୀୟ ରାଜପଥର ଜାଲଦା ନିକଟରେ ଜବତ କରିଛି ପୋଲିସ । ଏ ବାବଦରେ ଝାରପୋଖରିଆ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜବତ ବଳଦ ଗୁଡ଼ିକୁ ବାଲେଶ୍ୱର ସ୍ଥିତ ଗୋ-ଶାଳାକୁ ପଠେଇ ଦେଇଛି ପୋଲିସ । ଏକ ଛୋଟ ଭ୍ୟାନରେ ୯ଟି ବଳଦକୁ ଅତି ଅମାନୁଷିକ ଭାବରେ ବେକ ଏବଂଗୋଡ଼କୁ ବାନ୍ଧି ରଖାଯାଇଥିଲା । ତେବେ ପ୍ରତ୍ୟେକ ଦିନ ଜାତୀୟ ରାଜପଥ ୪୯ ଓ ୧୮ ନଂ ଦେଇ ଛୋଟ ଓ ବଡ଼ ଗାଡ଼ିରେ ଗୋ ଚାଲାଣ ହେଉଥିଲା ବେଳେ ଚୋରା ଗାଡ଼ି ଗୁଡ଼ିକ ପ୍ରାୟ ଦୁଇଟିରୁ ତିନୋଟି ଥାନା ପାର କରି ପଶ୍ଚିମବଂଗ ଯାଇଥାନ୍ତି । କିନ୍ତୁ ଏ ସବୁ ଜାଣି ଚୁପ ରହିବା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ନିଦେ୍ର୍ଧଶ କରୁଛି ।