
ଗଞ୍ଜାମ, ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଆଜି ସାରା ଦେଶରେ ଦୁଇଦିନିଆ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଆରମ୍ଭ ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କ ଏହି କାର୍ଯ୍ୟାବନ୍ଦ ଆନ୍ଦୋଳନ ଯୋଗୁଁ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏ୦ହାର ପ୍ରଭାବ ପରିଲକ୍ଷିତ ହୋଇଛି । ଫଳରେ ଗ୍ରାହକ ମାନେ ଟଙ୍କା ନେଣଦେଣ କାର୍ଯ୍ୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ ୪ ଦିନ ଧରି ବନ୍ଦ ରହୁଥିବା ଯୋଗୁଁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କ ଏହି ଧର୍ମଘଟ ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଜାରୀ ରହିବ ।