

ସେହିପରି ଆବର୍ଜନା ପକାଇବା ପାଇଁ ଡାକ୍ତରଖାନାରେ ସ୍ଥାନେ ସ୍ଥାନେ ଡଷ୍ଟବିନ ରଖାଯାଇଛି । ଲୋକମାନେ ବି ନିୟମ ମାନି ଏହାକୁ ବ୍ୟବହାର କରୁଛନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଡାକ୍ତରଖାନାର ଖୋଲା ଥିବା ସବୁ ଜାଗାରେ ଜାଲି ଲଗାଯାଇଛି । ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତବାସୀ ଏହି ମେଡିକାଲ ଉପରେ ନିର୍ଭର କରୁଛନ୍ତି । ଏଠାରେ ବର୍ତମାନ ୫ ଜଣ ଡାକ୍ତର ଅଛନ୍ତି । ଲୋକମାନେ ମଧ୍ୟ ଭଲ ସ୍ୱାସ୍ଥ୍ୟସେବା ପାଉଛନ୍ତି । ସ୍ଥାନୀୟ ଲୋକ ଓ ସ୍ୱାଭିମାନ ଅଞ୍ଚଳରୁ ଆସୁଥିବା ଲୋକଙ୍କ କହିବା କଥା ଯେ, ଚିତ୍ରକୋଣ୍ଡା ଡାକ୍ତରଖାନାର ଗୃହ ବହୁ ପୁରତାନ ଅଟେ, ଏଣୁ ଆଉ ଗୋଟେ ନୂଆ ଡାକ୍ତରଖାନା ଗୃହ ନିର୍ମାଣ କରାଯାଉ, ଚିତ୍ରକୋଣ୍ଡା ଡାକ୍ତରଖାନାର ନିଜସ୍ଵ ଆମ୍ବୁଲାନ୍ସ ନାହିଁ, ଯାହାଦ୍ୱାରା ଲୋକେ ବାହାରକୁ ରୋଗୀ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ହସ୍ପିଟାଲରେ ବହୁ ପୁରୁଣା ଏକ୍ସରେ ଅଛି ତାକୁ ବଦଳାଇ ଗୋଟିଏ ଡିଜିଟାଲ ଏକ୍ସରେ, ସଂରକ୍ଷଣ ମେସିନ, ଅଲଟ୍ରାସାଉଣ୍ଡ ମେସିନ ଯଦି ଯୋଗାଇ ଦିଆଯାଏ ତେବେ ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳ ଓ ଆଖପାଖ ଅଞ୍ଚଳର ଲୋକମାନେ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Related Stories
August 27, 2025
August 27, 2025
August 27, 2025