
ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମାର ହୋଟେଲ ଗୋଲ୍ଡେନ ଭିଉ ଠାରେ ଅନ୍ତଃରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡିଶା ରାଜ୍ୟ ମାନବାଧିକାର ପରିଷଦ ସଭାପତି ଆଲୋକ କୁମାର ବୋଷଙ୍କ ସହ ଗଜପତି ଜିଲ୍ଲା ମହିଳା ସାଧାରଣ ସଂପାଦିକା ଲିଲି ସାହୁ ଯୋଗଦେଇ ଥିଲେ । ବୈଠକରେ ଉଭୟଙ୍କୁ ଜିଲ୍ଲା ସଭାପତି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ସଭାରେ ଜିଲ୍ଲା ସଭାପତି ଘନଶ୍ୟାମ ମାଡକାମି, ସଂପାଦକ ପ୍ରଭାକର ସୁନା, ଆଇନ୍ ପରାମର୍ଶ ଦାତା ରଥିକୃଷ୍ଣ ପାତ୍ରଙ୍କ ସହ ସଭ୍ୟ ଭଗବାନ ସାହୁ, ସାୟେଦ ଆଜାରୁଧୀନ, ରାଜୀବ ସାନ୍ତା, ଚିତରଞ୍ଜନ କୁଲଦିପ୍, ସଭ୍ୟା ଅଞ୍ଜନା ମୂଦୁଲୀଙ୍କ ସହ ଅନେକ ନୂଆ ଓ ପୁରୁଣା ମାନବାଧିକାର କର୍ମୀ ଉପସ୍ଥିତ ଥିଲେ । ସଭାରେ ମାଲକାନଗିରି ଜିଲ୍ଲାରେ କିଭଳି ଅନ୍ତରାଷ୍ଟ୍ରିୟ ମାନବାଧିକାର ପରିଷଦର ସେବାକାର୍ଯ୍ୟ ଆଗକୁ ବଢ଼ିବା ସାଙ୍ଗକୁ ସଭ୍ୟ ସ°ଗ୍ରହ ଅଭିଯାନ ଓ ଜନସଚେତନତା ବିଷୟରେ ଶ୍ରୀ ବୋଷ ବିସ୍ତୃତ ଆଲୋଚନା କରିଥିଲେ । ନିଜର ସ୍ୱାର୍ଥକୁ ତ୍ୟାଗ କରି ଏଭଳି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ସମର୍ପିତ କରିବା ପାଇଁ ଆଇନ ପରାମର୍ଶଦାତା ଶ୍ରୀ ପାତ୍ର ସମସ୍ତ ଯୁବକର୍ମୀଙ୍କୁ ଆହ୍ବାନ ଦେଇଥିଲେ ଓ କହିଥିଲେ ସ°ଗଠନ ମଜବୁତ ହେଲେ ମାନବାଧିକାର ସମସ୍ୟା ଗୁଡିକର ସମାଧାନ ଅବିଳମ୍ବେ ହୋଇ ପାରିବ ।
ଏହାପରେ କରୋନା ମହାମାରୀ ସମୟରେ,ବିଭିନ୍ନ ଦୂର୍ଗମ ଅଞ୍ଚଳର ଲୋକମାନଙ୍କୁ ଅହରହ ସେବା ପ୍ରଦାନ କରିଥିବା ହେତୁ କିଛି ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ବୋଷ ସମ୍ବର୍ଧୀତ କରିବା ସହ ନୂତନ ସଭ୍ୟ ଓ ସଭ୍ୟାଙ୍କୁ ପରିଚୟପତ୍ର ଓ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସଭାପତି ଶ୍ରୀ ମାଡକାମୀ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।