
ଭୁବନେଶ୍ୱର , ଭୁବନେଶ୍ୱରରେ ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖାଯାଇଛି । ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଷ୍ପତିନିଆଯାଇଥିବା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ଜଣାଇଛନ୍ତି । ବର୍ତମାନ ପୁରୁଣା ଦର ଅନୁସାରେ ଟିକସ ଆଦାୟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବେଂଚମାର୍କ ଭାଲୁଏସନ୍ ବଢିଥିବାରୁ ଟିକସ ବଢାଇବାକୁ ନିଷ୍ପତି ହୋଇଥିଲା । ଏ ସମ୍ପର୍କରେ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର ହୋଇଛି । ଜନସାଧାରଣଙ୍କ ଭାଗାବେଗକୁ ଦେଖି ମୁଖ୍ୟମନ୍ତ୍ରୀ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଟ୍ୟାକ୍ସ ଦର ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଉଲ୍ଲେଖ୍ୟଯୋଗ୍ୟ ଯେ ଭୁବନେଶ୍ୱରରେ ହୋଲଡିଂ ଟିକସ୍ ବହୁ ଗୁଣା ବୃଦ୍ଧି ହୋଇଥିବାରୁ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା । ହୋଲ୍ଡିଂ ଟିକସ ନ ଦେଲେ ଘର , ଦୋକାନ ସିଲ୍ କରିବାକୁ ଗତକାଲି ନିର୍ଦ୍ଦେଶ ହୋଇଥିଲା ।