
ଗଞ୍ଜାମ ବ୍ଲକ ଅଧିନସ୍ଥ ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପରିସରରେ ଅଖିଳବିଶ୍ୱ ଗାୟତ୍ରୀ ପରିବାର ଗଞ୍ଜାମ ଜିଲ୍ଲା ତରଫରୁ ଏକ ତିନି ଦିବସୀୟ *ହର ହର ଗଂଗେ ଘର ଘର ଗଂଗେ “କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. କରୋନା କଟକଣାକୁ ସମ୍ମାନ ଜଣାଇ ସ୍ୱଳ୍ପ ସଂକ୍ଷକ ଗଞ୍ଜାମ ଜିଲ୍ଲାର ପ୍ରତି ଶକ୍ତିପୀଠର ମାତ୍ର ଦୁଇଜଣ ଲେଖାଏଁ ପରିଜନ ମାନଙ୍କୁ ଶାନ୍ତିକୁଞ୍ଜ ହରିଦ୍ୱାରର ଋଷିପୁତ୍ର ସର୍ବଶ୍ରୀ ଶେଷଦେବ ବଢ଼େଇ, ପ୍ରଦୀପ ସାହୁ ଉପସ୍ଥିତ ପରିଜନମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ଖୁଦିରାମ କୌଶଲ୍ୟ, ଦିନେଶ ପାଲ, ଓଡିଶା ସମନ୍ୱୟ ସମିତି ମୁଖ୍ୟ ବଳରାମ ସାହୁ, ସାହିତ୍ୟ ପ୍ରକାଶନୀ ଟ୍ରଷ୍ଟର ପାଣ୍ଡଵ ଜେନା, ଦକ୍ଷିଣ -ପୂର୍ବ ଉପଯୋନ ସଂଯୋଜକ ଡ଼. ବୃନ୍ଦାବନ ମିଶ୍ର, ଗଞ୍ଜାମ ଜିଲ୍ଲା ସଂଯୋଜକ ତ୍ରିନାଥ ସେଠି, ରମ୍ଭା ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି,ଶକ୍ତିପୀଠର ବରିଷ୍ଟ ଗୋକୁଳ ଚନ୍ଦ୍ର ନାହାକ ମଂଚାସୀନ ହୋଇ ମହା କୁମ୍ଭମେଳାର ପବିତ୍ର ଦିଗ ଗୁଡିକ ଉପରେ ବକ୍ତବ୍ୟ ରଖିଥିଲେ. ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସ ଏବଂ ବିଜୟ ବେହେରାଂକ ବେଦମନ୍ତ୍ର ଧ୍ୱନିରେ ଆରମ୍ଭ ପ୍ରଥମ ଦିବସର ଉଦଘାଟନୀ ସନ୍ଧ୍ୟାରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ରଶ୍ମିତା ଜେନା ମୁଖ୍ୟ ଅତିଥି, ପ୍ରାକ୍ତନ ନଗରପାଳ ତଥା ସମାଜସେବୀ ସୁବାସ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଏବଂ ଦକ୍ଷିଣ ପୂର୍ବ ଉପ- ଜୋନ ସଂଯୋଜକ ଡ଼. ବୃନ୍ଦାବନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ.ମଂଚାସୀନ ସମସ୍ତ ଅତିଥି ଙ୍କ ସମେତ ଶାନ୍ତିକୁଞ୍ଜ ହରି ଦ୍ୱାରର ଋଷିପୁତ୍ର ଏବଂ staniy କାର୍ଯ୍ୟକର୍ତ୍ତାଙ୍କୁ ରମ୍ଭା ଗାୟତ୍ରୀ ଶକ୍ତିପୀଠ ତରଫରୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା. କରୋନା ସମୟରେ ରବୀନ୍ଦ୍ର ଗୌଡ଼ଙ୍କ ଦ୍ୱାରା ଗାନ୍ଧର୍ବ ବିଦ୍ୟାରେ ପ୍ରଶିକ୍ଷଣ ନେଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଦିଆଯାଇ ଉତ୍ସାହିତ କରାଯାଇଥିଲା. ଦ୍ୱିତୀୟ ଦିବସରେ ପ୍ରାତଃ ସମୟରେ ରମ୍ଭା ଚିଲିକା କୂଳରେ ସୌର ଉପାସନା, ପ୍ରଶିକ୍ଷଣ, ମହାକୁଂଭ ମେଳାର ପାବନ ଗଙ୍ଗା ଜଳ ପୂଜନ ଓ ପ୍ରତ୍ୟେକ ଶକ୍ତିପୀଠକୁ ପ୍ରେରଣ ଏବଂ ଋଷିପୁତ୍ର ମାନଙ୍କ ଦ୍ୱାରା ରମ୍ଭା ଅଂଚଳରେ କିଛି ବ୍ୟକ୍ତିଙ୍କ ଘରେ ଏହାର ପ୍ରତିଷ୍ଠା କରାଯିବାପରେ ସନ୍ଧ୍ୟାରେ ରମ୍ଭା ଗାୟତ୍ରୀ ଶକ୍ତିପୀଠର ଆଦର୍ଶ ଗ୍ରାମ କଣ୍ଟାପଡା ମଠମୁକୁନ୍ଦପୁର ରେ ପ୍ରତ୍ୟେକ ଘରେ ଗଙ୍ଗାଜଳ ପ୍ରତିଷ୍ଠାପରେ ଏକ ଦୀପଯଜ୍ଞରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା ପୂର୍ବକ କରୋନା ଦୂର ପାଇଁ ମା ଗାୟତ୍ରୀ ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା. ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମର ସଂଗୀତ ମଞ୍ଚକୁ ରବୀନ୍ଦ୍ର ଗୌଡ଼,ସନ୍ତୋଷ ଜେନା, ଶିବୁ ଗିରି, ପଞ୍ଚୁ ଗୌଡ଼ ସଂଯୋଜନା କରିଥିବାବେଳେ ଉମାକାନ୍ତ ସାହୁ, ପଞ୍ଚାନନ ଖଟୁଆ, ରଞ୍ଜନ ତରାଇ, ରଞ୍ଜନ ନାହାକ ଲିଙ୍ଗରାଜ ପାତ୍ର, ଇ. ତର୍କେଷ୍ ରେଡଡି, ଶେଷଦେବ ବେହେରା, ରଥାଙ୍ଗ ରମଣ ନାହାକ, ସୁଶାନ୍ତ ସେନାପତି ରୂପଶ୍ରୀ ସେନାପତି ସୁକାନ୍ତି ବେହେରା ପ୍ରସନ୍ନ ନାହାକ ଓ ଲମ୍ବୋଦର ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ.
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO