ଦିନ ୧୨ଟା ସମୟରେ ସ୍ତାନୀୟ ଇନଡୋର ଷ୍ଟାଡିୟମ ଆଗସାମନା ତାଳବଣିଆ କ୍ରିକେଟ ପଡିଆ ଠାରେ ଜିଆଣ୍ଟ୍ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଥିଲା । ଅତିଥି ଭାବେ ସାସଂଦଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦ୍ଧରାଜ, ରାଜ୍ୟ ଯୁବ ଜନତା ଦଳ ଉପସଭାପତି ସୁନିଲ୍ ମହାନ୍ତି,ବିଜେଡି କୋଷାଧ୍ୟକ୍ଷ ତଥା ମୁଖପାତ୍ର ପ୍ରସନ୍ନ କୁମାର ମହାପାତ୍ର,ଯୁବ ସମାଜସେବୀ ଅରବିନ୍ଦ ଦାସ,ପୂର୍ବତନ କାଉନସିଲର ବଳରାମ ରେଡି,ବିଜେଡି (ସଂପାଦକ ଓ ଯୁବ ବ୍ୟାପାର) ସରୋଜ ନାୟକ, ସମାଜସେବୀ ଅର୍ଣ୍ଣପୂର୍ଣ୍ଣା ଦେବୀ ପ୍ରମୁଖ ଯୋଗ ଦେଇଥିଲେ।କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ପ୍ରଥମ ଦିନ ମ୍ୟାଚ ଜିଆଣ୍ଟ୍ ସ୍ପୋଟିଂ ଓ ରାମଚଣ୍ଡି ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜିଆଣ୍ଟ୍ ସ୍ପୋଟିଂ ବିଜୟ ଲାଭ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ପୁରୀ, କଟକ,ଖୋର୍ଦ୍ଧା,ନୟାଗଡ,
ଜଗତସିଂହପୁର ଜିଲ୍ଲା ର ୨୪ ଟି ଦଳ ଭାଗ ନେଇଛନ୍ତି ଏବଂ ୮ ଦିନ ଧରି ଖେଳ ହେବ ସକାଳ ୧୦ଟାରୁ ଦିନ ୪ଟା ପର୍ଯ୍ୟନ୍ତ।
୨୧ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
ଫାଇନାଲରେ ଯିତିବା ଦଳ କୁ ଟ୍ରଫି ସହିତ ୧୦ହଜାର ଟଙ୍କା ଓ ରନରସପ୍ ଦଳ କୁ ୫ହଜାର ଟଙ୍କା ପୁରସ୍କାର ଦିଆଯିବ ।
ଫାଇନାଲ ମ୍ୟାଚ୍ ଦିନ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଯୋଗ ଦେବେ ବୋଲି ସୂଚନା ମିଳିଛି ।କାର୍ଯ୍ୟକ୍ରମ କୁ ଆବାହକ ଶ୍ରୀଯୁକ୍ତ ବଶିଷ୍ଟ ମହାନ୍ତି ପରିଚାଳନା କରିଥିଲେ ।
Related Stories
November 24, 2024