ଭୁବନେଶ୍ୱର, ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।ସେ କହିଛନ୍ତି ଯେ ବିଜେପି ବିଧାୟକ ଦଳ ବୈଠକ କରନ୍ତୁ । ଦୁଃଖ ପ୍ରକାଶ କରନ୍ତୁ ସୁବାଷ ପାଣିଗ୍ରାହୀ ଯେ ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ବେଆଇନ କାମ କରିଛନ୍ତି । ଏପରି କେବେ ବି ବିଧାନସଭାରେ ହୋଇନି । ମୋ ମତରେ ସେ ଭୁଲ କରିଛନ୍ତି । କ୍ଷମା ମାଗିବାରେ ଅସୁବିଧା କଣ । କହି ଦିଅନ୍ତୁ ଯେ ଇମୋସନରେ ଆସି ଏପରି କଲି । ସରକାରୀ ଦଳ ବି ତାଙ୍କ କ୍ଷମା ଦାବି କରିଛନ୍ତି । ଗୃହ ଠିକ ଭାବେ ଚାଲିବା ପାଇଁ ସେ କ୍ଷମା ମାଗି ଦିଅନ୍ତୁ ବୋଲି ସେ କହିଛନ୍ତି ।