
ମାଲକାନଗିରି,ମାଲକାନଗିରି ନଗର ଭବନ ଠାରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି!ଜିଲ୍ଲା ସଭାପତି ତଥା ବିଧାୟକ ଆଦିତ୍ୟ ମାଢି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରେ କାର୍ଯ୍ୟକାରିଣୀ ସଭାପତି ନିମାଇଁ ପାଲ, ଜିଲ୍ଲା ପ୍ରଭାରି କାଳିରାମ ମାଝୀ, ଜିଲ୍ଲା ସାଧରଣ ସମ୍ପାଦକ ଶୁଭ୍ରାଂଶୁ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ଓ ଯୁବ ମୋର୍ଚ୍ଚା ସଭାପତି ଭବାନୀ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ରହି ଏକ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ!କାଲିମେଳା ବ୍ଲକ ଭେଜାଙ୍ଗିବାଡା ଡାକଘରେ ହୋଇଥିବା ଦୃନୀତି ରେ କ୍ଷତି ହୋଇଥିବା ଜମାକାରୀ ଙ୍କୁ କେବେ ମିଳିବ ନ୍ୟାୟ!ମଣ୍ଡିରେ ଥିବା ସମସ୍ତ ଧାନ ଉଠେଇବାକୁ କଥା ଦେଇ ଆଜି ପର୍ଯ୍ୟନ୍ତ କାହିଁକି ସମସ୍ୟାର ସମାଧାନ ହୋଇ ପାରିଲାନାହିଁ!ରେଳ ଲାଇନ ନିମନ୍ତେ କେନ୍ଦ୍ର ସରକାର ୨ ବର୍ଷ ନିୟମିତ ଅର୍ଥ ମଞ୍ଜୁର କରୁଥିଲେ ମଧ୍ୟ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନାହାନ୍ତି!ଭୂମିହୀନ ମାନଙ୍କୁ ଚି଼ହ୍ନଟ କରାଯାଇ ହିତାଧିକାରୀ ମାନଙ୍କୁ ସ୍ଥାୟୀ ପଟା ଦିଆଯାଉ!ଜିଲ୍ଳାରେ ଚିନାବାଦାମ ମଣ୍ଡି କରାଯାଉ ଓ ଏକର ପିଛା ୧ ୨ କୁଇଣ୍ଟାଲ କିଣାଯାଉ!ପ୍ରଧାନମନ୍ତ୍ରୀ ଆବାସ ଓ ପାଇଖାନା ଯୋଜନାରେ ବ୍ୟାପକ ଅନିୟମିତତା କରିଥିବା ଦୃନୀତିଗ୍ରସ୍ତ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ଦାବୀ କରାଯାଇଥିଲା!ବୈଠକରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ୧ ୭ ଟି ମଣ୍ଡଳ ସଭାପତି ଓ ୮ ଟି ମୋର୍ଚ୍ଚା ର ସଭାପତି ଉପସ୍ଥିତ ରହି ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ!